ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର ଙ୍କ କବିତା – “ଅଭାବୀ କଷଣ”

“ଅଭାବୀ କଷଣ”

ଜୟ କୁମାର ମିଶ୍ର

ଅନୁଭବୀ ଜ୍ଞାନ,ଅଭାବୀ କଷଣ,
ହୀନ, ହିନସ୍ଥାର କଥା,
ସେହି ଦିନ ମାନ, କ୍ଷଣ ଅନୁକ୍ଷଣ 
ଅସହ୍ୟ ବେଦନା ବ୍ୟଥା ll
ଯା ‘ଠାର ଅଭାବ, ନାହିଁଟି ସ୍ଵଭାଵ 
ନୁହଇଁ ମଣିଷେ ଗଣା,
ହୁଏ ଛିଚିକୁଟା,ଲଭେ ମଜ୍ଜା ଥଟା 
ବିବାଦକୁ ହୁଏ ଟଣା ll
ଦୋଷ ନକରି ସେ, ହୋଇଯାଏ ଦୋଷୀ 
ସଙ୍ଘବଧ ଆକ୍ରମଣ,
କୁଜି ଅସରପା, ହୋଇ ଯାଏ ଚୋପା 
(କାଣି )ବିରାଡ଼ିର ବଡ଼ପଣ ll
ଯେତେକ ଅସାର,ତା’ଆଳି, ଅଳଙ୍କାର 
ନିକୃଷ୍ଟ ଉପାମା ଖଞ୍ଜା,
ହୋଇ ଏକ ହରା, ଜୀବନ ଯାତରା 
ଦିଏ,ପରିସ୍ଥିତି ସଜ୍ଜା ll
ସେହି ପରା ଚୋର, ଖଣ୍ଟ ସମାଜର
ଅଭଦ୍ର ମଣିଷ ଟିଏ,
ସନ୍ଦିହାନ ଆଖି, ଘୁରିବୁଲି ଦେଖି
ମିଛେ, ମିଛେ ନିନ୍ଦା ଦିଏ ll
ତାର ପରିବାର, ଅତି କଦାକାର
ଚରିତ୍ର ହୀନରେ ଲେଖା
ଝିଅ,ବୋହୂ,ଦେଖି, କଟୁ, ତିକ୍ତ ଉକ୍ତି
ଆଶାଳିନ କଥା ଯୋଖା ll
ସମ୍ପର୍କ, ସମ୍ବନ୍ଧ, ଅବା କେ’ନିର୍ବନ୍ଧ
କରିବାକୁ ପଛ ଘୁଞ୍ଚା,
ଅତି ଆପଣାର ହୋଇ ଯାଏ ଦୂର
ଭାବି, ଆଜେବାଜେ, ତୁଚ୍ଛା ll
ଶୁଭ, ଅଶୁଭରେ, ନାହିଁ ଖୋଜା ଲୋଡ଼ା
ସବୁଠି, ଅଗାଡି ଟିଏ,
ନାହିଁ ଭାବ,ଭାଷା, ନାହିଁ ମିଳାମିଶା
ସାହି,ପଡୋସୀଟି କିଏ ll
ବିବାହ, ବ୍ରତରେ, ଭୋଜିଭାତ ଟିରେ
ସଭିଏଁତ ହେୟଜ୍ଞାନ,
ନକରନ୍ତି ପୁଛା, ତାର ମନ ବାଞ୍ଛା
ନ ଦିଅନ୍ତି କେହି ଧ୍ୟାନ ll
ସହଯୋଗ ହାତ, ଦିଏ ପଛଘୁଞ୍ଚା
ପଡିଲେ ସମସ୍ୟା ତାକୁ,
ଛଳ, ନାଟକର, ଅରୁଚି ବେଭାର
ମିଳି ଥାଏ ଦେଖି ବାକୁ ll
କିଏ କରେ ଗାଳି, ଦେଇଣ ବୋବାଳି
ପରିହାସେ ମାରେ ତାଳି,
ଭୁଲି ବଡ଼,ସାନ, ଜ୍ଞାନ, ସନମାନ
ମଣେ କେହି ପାଦ ଧୂଳି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା

ଡାକ-ଗୋରି ବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି, ଓଡିଶା 761206

Related posts

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = ଶ୍ରୀରଙ୍ଗା ଚରଣେ

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ ହିନ୍ଦୀ କବିତା

ଜାନକୀ ମହାନ୍ତ ଙ୍କ କବିତା = ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ

Sunil Chandra Nayak

Leave a Comment

error: Content is protected !!