ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

 ମୟୂରଭଞ୍ଜ – ୬/୦୫ //  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ l ପୋଲ ବହୁତ ପୁରୁଣା ହୋଇଥିବାବେଳେ ମରାମତି କରାଯାଉ ନ ଥିବାରୁ ଏହା ବିପଦସଙ୍କୁଳ ହୋଇପଡ଼ିଛି। ପୋଲ ଦେଇ କୌଣସି ଭାରିଯାନ ଗଲେ ଏହା ଜୋରରେ ହଲୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ କହିଛନ୍ତି। ତେବେ ପୋଲ ର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ପ୍ରତିଦିନ ଶତାଧିକ ଭାରିଯାନ ଏହି ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଉକ୍ତ ରାସ୍ତାରେ ପ୍ରତିଦିନ ନେତା,ସରକାରୀ ବାବୁ ମାନେ ଯିବା ଆସିବା କରୁଥିଲେ ମଧ୍ୟ ପୋଲ ର ଅବସ୍ଥା ଉପରେ କାହାର ନଜର ପଡୁ ନାହିଁ lରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା, ସଦସ୍ଯ ବୁଧୁରାମ ମୁଣ୍ଡା, ଭୁବନ ମୁଣ୍ଡା, କରିଆ ମୁର୍ମୁ ଏବଂ ଛୋଟରାଇ ମୁର୍ମୁ ଏହି ପୋଲ ବିଷୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବେ ବୋଲି ସୂଚନା ଦେଇଛନ୍ତି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡୁଛନ୍ତି 

masiha

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

masiha

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!