ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ 

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ 

ରାଉରକେଲା: ଆସନ୍ତା ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରୟାସ ରାଉରକେଲା ଆୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ୨୦୨୫ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରୟାସ ପରିବାର ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ନାଟ୍ୟକାର ଡ଼ଃ ନିବେଦିତା ଜେନା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୮ ତାରିଖ ଦିନ ଉଦଘାଟନୀ ଉତ୍ସବରେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ, ଗଙ୍ଗାଧର ରାଉତ ନିର୍ଦ୍ଦେଶିତ ପ୍ରୟାସ ରାଉରକେଲା ଦ୍ଵାରା ସମ୍ରାଟ ଅଶୋକ ମଞ୍ଚସ୍ଥ ହେବ। ଉଦଘାଟନୀ ଉତ୍ସବରେ ପ୍ରଫେସର ଡ ସମର ମୁଦାଲି ଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ୯ ତାରିଖ ଦିନ ଡ ନିବେଦିତା ଜେନା ଙ୍କ ରଚିତ ହରପ୍ରସାଦ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ଭରତ ବାକ୍ୟ ଭୁବନେଶ୍ୱର କଳାକାର ଥିଏଟର ଦ୍ବାରା ମଞ୍ଚସ୍ଥ ହେବ। ୧୦ ତାରିଖ ଦିନ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ପଞ୍ଚାନନ ପାତ୍ର ନିର୍ଦ୍ଦେଶିତ ନାଟକ ଶ୍ରୀମତୀ କମ୍ ନୁହଁନ୍ତି ରାଉରକେଲା ର ପରିଚୟ ଅନୁଷ୍ଠାନ ଦ୍ବାରା ମଞ୍ଚସ୍ଥ ହେବ। ୧୧ ତାରିଖ ଦିବା ୧୦ ଘଟିକା ସମୟରେ ଏକ ସେମିନାର ଓ ସନ୍ଧ୍ୟାରେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ପ୍ରଶାନ୍ତ ମହାପାତ୍ର ନିର୍ଦ୍ଦେଶିତ ନାଟକ ତିମିର ତୀର୍ଥରେ ଏକ ରାତ୍ରି ଭୁବନେଶ୍ୱର କଳାକାର ଏକତା ମଞ୍ଚ ଦ୍ବାରା ମଞ୍ଚସ୍ଥ କରାଯିବ। ଉଦଯାପନୀ ଉତ୍ସବରେ ନାଟକ ପ୍ରତି ସମର୍ପିତ ଅଛୁ ପ୍ରଧାନଙ୍କୁ ସମ୍ମାନିତ କରାଯିବ। ସେହିପରି ଏକ ପୁସ୍ତକ ମଧ୍ୟ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହେବ। ପ୍ରାରମ୍ଭରେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ସ୍ବାଗତ ଭାଷଣ, ଅତିଥି ପରିଚୟ, ନାଟ୍ୟପ୍ରେମୀ ଶରତ ଦାସ ଚିନ୍ତାମଣି ଙ୍କ କୃତି ସମ୍ପର୍କରେ, ପ୍ରଫେସର ଡ଼ଃ ସମର ମୁଦାଲି ଚିନ୍ତାମଣି ଙ୍କ ଜୀବନାଦର୍ଶ, ତାଙ୍କର ପରମ୍ପରା ଓ ଆଧୁନିକତାର ସମନ୍ୱୟ ଓ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଗଙ୍ଗାଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ନାଟକ ପାଇଁ କୈାଣସି ପ୍ରବେଶ ମୂଲ୍ୟ ରଖାଯାଇ ନାହିଁ। ଅନ୍ୟ ମାନଙ୍କ ମଧ୍ୟରେ ଉମାକାନ୍ତ ବିଶୋଇ, ପ୍ରଳୟ ଶତପଥୀ, ପଞ୍ଚାନନ ପାତ୍ର, ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗଣ୍ଡଳା ପଞ୍ଚାୟତରେ,ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ଉଦାହରଣ ଟିମ୍ ର ପ୍ରସ୍ତୁତି ବୈଠକ 

masiha

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!