ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ ସହ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ 

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ ସହ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ 

ରାଉରକେଲା: ସେକ୍ଟର ୧୯ ସ୍ଥିତ ନେହେରୁ ଟ୍ରାଫିକ ପାର୍କ ଠାରେ ସେକ୍ଟର ୧୯ ଥାନା ର ଆମ ପୁଲିସ, ସାମାଜିକ ଅନୁଷ୍ଠାନ ସାହି ଭରସା ଓ ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଯୋଗକେନ୍ଦ୍ର ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଆମ ପୁଲିସ ର ନିହାର ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ ଥାନାଧିକାରୀ ରଞ୍ଜନ କୁମାର ନାୟକ, ସମାଜସେବୀ ଡ଼ଃ ସୁମନ ଦତ୍ତ, ବରିଷ୍ଠ ନାଗରିକ ନିମାଇଁ ଚରଣ ରାୟ, ସମାଜସେବୀ ପ୍ରଶାନ୍ତ ସେଠୀ, ରାଉରକେଲା ଶ୍ରମିକ ସଂଘ ର ସମ୍ପାଦକ ପ୍ରଶାନ୍ତ ବେହେରା,ବାବା ପ୍ରଣବ ଚୈତନ୍ୟ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ଏସ ଆଇ ଅମ୍ବିକା ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଣବ ଚୈତନ୍ୟ ଓ ଶ୍ରୀ ବେହେରା ଜୀବନରେ ଖୁସି ହେବାର ଉପାୟ ଓ ନିଜର କର୍ମ ପ୍ରତି ପ୍ରତିବଦ୍ଧତା କୁ ଗୁରୁତ୍ୱାରୋପ କରିଥିଲେ। ଥାନାଧିକାରୀ ଶ୍ରୀ ନାୟକ ସାଇବର କ୍ରାଇମ, ଜୀବନ ଓ ଧନଜୀବନ ରକ୍ଷା, ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ଟ୍ରାଫିକ ନିୟମ ପାଳନ, ହେଲମେଟ ପିନ୍ଧିବା, ଅନଲାଇନ ଠକେଇ, ସ୍ମାର୍ଟ ଫୋନକୁ ଠିକ୍ ଭାବେ ବ୍ୟବହାର କରିବା,ଲୋଭର ବଶବର୍ତ୍ତୀ ହୋଇ ଲିଙ୍କ କୁ ନଛୁଇଁବା, ସୋସିଆଲ ମିଡ଼ିଆର ଅପବ୍ୟବହାର ନକରିବା, କୈାଣସି ସଂସ୍ଥା ଟଙ୍କା ମାଗିଲେ ତାହା ସାଇବର ଅପରାଧୀ ଙ୍କ କାର୍ଯ୍ୟକଳାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ। ଡ଼ଃ ଦତ୍ତ ଆମ ପୁଲିସ ର କାର୍ଯ୍ୟକ୍ରମ ଓ ଯୋଗ ର ଗୁରୁତ୍ଵ ଉପରେ ତଥା କବି ଶ୍ରୀ ରାଉତ ସଚେତନ,ସେବା ଓ ଯୋଗ ର ଗୁରୁତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରର ରଶ୍ମି ରେଖା ଦାସ ଙ୍କ ନେତୃତ୍ବରେ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଯୋଗଗୁରୁ ଅକ୍ରୁର ମାର୍ଥା, ଗଙ୍ଗାଧର ଦାଶ,ନିତମ୍ବିନୀ ସ୍ବାଇଁ ଓ ଅନ୍ୟ ଯୋଗ ଗୁରୁ ମାନେ ଯୋଗଦେଇ ଜୀବନରେ ଯୋଗ ର ଗୁରୁତ୍ଵ ଓ ଜୀବନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କିଛି ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସଂଯୋଜକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ କେନ୍ଦ୍ର ସମସ୍ତ ଭଉଣୀ ମାନେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଫରେଷ୍ଟର ଅଫିସ ଆଗରେ ଗଣ ବିକ୍ଷୋଭ

Sunil Chandra Nayak

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!