ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଆସ ତୁମେ ଥରେ

ଆସ ତୁମେ ଥରେ

 

ଆସ ତୁମେ ଥରେ

କିଛି ମୁହୂର୍ତ୍ତକ ପାଇଁ

ପରସ୍ପର ସଂକ୍ଷେପରେ କଥା ହବା

ପରସ୍ପର ମନୋଭାବ କୁ ନେଇ

ଆବଶ୍ୟକ ଠାରୁ ଅଧିକ

କଥା ହେବା ନାହିଁ।।

ଦାରୁଣ ସମୟତ ସବୁ

ସବୁ ସାରି ଦେଲା ପରେ

କ’ଣ ବା ରହିଚି ବାକି।।

ଆସ ନିରୁପଣ କରିବା

ଅତୀତର ଦିନ ସବୁ

ଲୁହ ଭିଜା ସ୍ମୃତି ସବୁ।।

ଚାରି ଚକ୍ଷୁକୁ କରି ଏକତ୍ରିତ

ଝରୁଥିବ କାଳେ ନୟନରୁ

ଯନ୍ତ୍ରଣା ଭରା ଅଶ୍ରୁଧାର

ପରସ୍ପର ସାକ୍ଷାତରେ।।

ତୁମେ ଥିବ ମୋ ଆଖି ସାମ୍ମାରେ

ମୁଁ ଥିବି ତୁମ ଆଖି ସାମ୍ମାରେ

କିଛି କହୁଥିବ ତୁମେ

ମୁଁ ଶୁଣୁ ଥିବି

କିଛି ମୁଁ କହୁଥିବି ତୁମେ ଶୁଣୁ ଥିବ

ଆଉ ଉତସଲ୍ୟ ହେଉଥିବ ହୃଦୟ

ମନେ ପଡୁଥିବ ଅତୀତର 

ଆମ ପୁରୁଣା ସମ୍ପର୍କ।।

ଯାହା ଦୁହିଁଙ୍କୁ ଦୂରେଇ ଦେଲା ସମୟ

ଦେଇଗଲା ଅସହ୍ୟ ଆଘାତ।।

ବିରହ ବେଦନାରେ ବିତିଗଲା

କେତେ ଦିନ ମାସ ବର୍ଷ

ତଥାପି ଆଶା ବାନ୍ଧିଚି

ଏଇ ମୋର ଅମାନିଆ ମନ।।

ବ୍ୟାକୁଳ ଅନ୍ତରେ ମୋର

ଡାକୁଚି ଶେଷ ଥର 

ଆସ ତୁମେ ଥରେ।।

       

  ମମତା ସାହୁ 

      ଗାଈଗାଁ କଳାହାଣ୍ତି

Related posts

ନେହେରୁ ଯୁବକ ସଂଘ ପକ୍ଷରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak

ତମାଖୁ ମୁକ୍ତ ଅଭିଯାନ

masiha

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

Sunil Chandra Nayak

Leave a Comment

error: Content is protected !!