ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା କୃଶ ପରେ ଯୀଶୁ

କୃଶ ପରେ ଯୀଶୁ

ତୃପ୍ତି ରାଣୀ ପାତ୍ର

 

ନାହାଁନ୍ତି ଗଲଗଥା ପର୍ବତପରେ

ନାହାଁନ୍ତି ଆଉସେ ଯୀଶୁ କୃଶପରେ

ଝରୁନାହିଁ ରକ୍ତ ଆଉ କ୍ରୁଶପରେ

ନାହାଁନ୍ତି ପୁଣି ସେ କବର ଭିତରେ ।

 

ଚଢାଇଲେ କ୍ରୁଶେ ଦୋଷୀ ରୂପରେ 

ନିଜ ପ୍ରାଣ ଦେଲେ ଯୀଶୁ କ୍ରୁଶପରେ

କହିଗଲେ ଧିରେ କ୍ଷମ ପାପୀ ନରେ

ବୁଝି ବି ବୁଝେନା ମଣିଷ ପଣରେ ।

 

ସର୍ବ ଶକ୍ତିମାନ ରହି ସହିତରେ

ଫେଡୁଛନ୍ତି କେତେ କଷଣ ମାନରେ

ସହିଲେ କିପରି ଯାତନା ଏତେରେ ଥିଲେ ପଥସତ୍ୟ ତ୍ରୀଭୁବନରେ ।

 

ସଶରୀରେ ନାହଁ ଏହି ଧରାପରେ

ଶିଖାଇ ଗଲ ନର ରୂପ ଧରିରେ

ସେ ମହତ୍ କର୍ମ ଆଚରି ପ୍ରଭୁହେ

ନିଅ ହେ ସଭିଙ୍କୁ ତୁମରି ମାର୍ଗରେ ।

 

ଶୁଣବାରେ ନିବେଦନ ଆମ୍ଭର ହେ

ଖୋଜୁଛୁ ସାନିଧ୍ୟ ତୁମରି ପ୍ରଭୁ ହେ 

ଆତ୍ମା ରୂପେ ରହି ଚଳାଇ ନିଅହେ 

ଘେନିଯାଅ ସତ୍ୟପଥେ ନିରନ୍ତରେ ।  

 

ଦୟାକ୍ଷମା ସେବା ତ୍ୟାଗ ପ୍ରେମରେ 

ଥିଲ ସତ୍ୟଜ୍ୟୋତି ଘନ ଅନ୍ଧାକାରେ

ଦିଅ ଦିବ୍ୟସତ୍ତା ଅନୁଭବ ପ୍ରାଣେ

ପ୍ରତି ହୃଦୟର ଚିନ୍ତା ଚେତନାରେ ।

 

ଅନୁତାପ ନୀରେ ଫେରି ସେ ପୟରେ

ବିପଥେ ନଯାଇ ଯିବା ସତ୍ପଥରେ

ଶୁଭ ଶୁକ୍ରବାର ମହା ଉଦ୍ଦେଶ୍ୟରେ 

ପାଳିବା ନିଜର ମନ ଆତ୍ମାରେ ।

 

ଆହେ ଦୟାମୟ ପରମ ଈଶ୍ୱର 

ଜଗତେ ଜନମି ମାନବ ରୂପରେ 

ଦର୍ଶାଇଲ ପ୍ରୀତିଭରା ଆଚରଣେ

କରି ଆଶ୍ଚର୍ଯ୍ୟ ପୂଣ୍ୟ କରମରେ ।

 

କୃଶପରେ ରହି କ୍ଷମିଲ ଅପରେ 

ଶିଖାଇଲ କ୍ଷମା ରହି ନୀରବରେ

କ୍ଷମା ଗୁଣ ଭରିଦିଅ ହୃଦୟରେ ପରିତ୍ରାଣ ପ୍ରାପ୍ତେ ଯିବା ସ୍ୱର୍ଗ ଧାମେ ।

ସହଦେବଖୁଣ୍ଟା ,ବାଲେଶ୍ଵର ।

Related posts

ବିଜୟ ଉତ୍ସବ ପାଲନ କଲେ ଭାଜପା କର୍ମକର୍ତ୍ତା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବଢିଲା ତାତି ଶୁଖିଲା ପୋଖରୀ

Sunil Chandra Nayak

Leave a Comment

error: Content is protected !!