ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଡ଼କ୍ଟରେଟ (ପି.ଏଚ.ଡ଼ି ) ଉପାଧି ଲାଭ କରିଛନ୍ତି ପରଜଙ୍ଗ ମେନନ ସାହୁ 

ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଡ଼କ୍ଟରେଟ (ପି.ଏଚ.ଡ଼ି ) ଉପାଧି ଲାଭ କରିଛନ୍ତି ପରଜଙ୍ଗ ମେନନ ସାହୁ 

ଢେଙ୍କାନାଳ (ମନିସ)18/5/25 ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମର ଶ୍ରୀ କୁମୁଦ ଚନ୍ଦ୍ର ସାହୁ ଶ୍ରୀମତୀ ବାସନ୍ତୀ ସାହୁ ଙ୍କ ବଡ ପୁଅ ମେନନ ସାହୁ ପରିବାର ପାଇଁ ଓ ଗ୍ରାମ ପାଇଁ ଗୌରବ ଆଣିଛନ୍ତି l ଅନେନ ୨୦୦୭ ମସିହା ମେଟ୍ରିକ ପରୀକ୍ଷା ପରେ ଦୀର୍ଘ ୧୦ ବର୍ଷ ପାଠ ପଢାଠାରୁ ଦୂରେଇ ୪ ବର୍ଷ ପ୍ରତ୍ୟକ୍ଷ୍ୟ ୬ ବର୍ଷ ପରକ୍ଷ୍ୟରେ ରହି ପୁଣି ପାଠ ପଢ଼ାରେ ମନନିବେଶ କରି ଶେଷରେ ୨୦୨୫ ମସିହାରେ ସେ ଡ଼କ୍ଟରେଟ ଉପାଧି ହାସଲ କରିଛନ୍ତି l ଅନେନ ୨୦୧୮ UGC ଦ୍ୱାରା ପରିଚାଳିତ NET/JRF ପରୀକ୍ଷା ରେ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି l ତାଙ୍କର ଏହି ଡ଼କ୍ଟରେଟ ଉପାଧି ପାଇଁ ସେ ପିତା- ମାତା ଭାଇ -ଭଉଣୀ ସାନ ବଡ଼ ଭାଇ ମାନଙ୍କୁ ଶ୍ରେୟ ଦେବା ସହିତ ମାର୍ଗଦର୍ଶିକା ଡା. ମମତାରାଣୀ ବେହେରା, ସନ୍ଦର୍ଭ ପରୀକ୍ଷକ ପ୍ରଫେସର ଡା.ପ୍ରସନ କୁମାର ସ୍ୱାଇଁ ଓ ପ୍ରଫେସର ସମର ମୁଦୁଲି,ଡା.ରୁଦ୍ରନାରାୟଣ ମହାପାତ୍ର, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଡା. ରମେଶ ଚନ୍ଦ୍ର ମଲ୍ଲିକ ସମେତ ଅନ୍ୟ ମାନ୍ୟ ଗଣ୍ୟ ମାନଙ୍କୁ ଓ ବିଶେଷ କରି ବlରିହାପୁର ମହାବିଦ୍ୟାଳୟର ପ୍ରିନ୍ସପାଲ ନରେନ୍ଦ୍ର ପଣ୍ଡା ସମେତ ଶ୍ରୀଯୁକ୍ତ ଅକ୍ଷର ସାହୁ ସମେତ ଆତ୍ମୀୟ ମାନଙ୍କୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ମଙ୍ଗଳ କାମନା କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳନ 

masiha

ରାଇରଙ୍ଗପୁରରେ ୭୭ ତମ ସ୍ବାଧିନତା ଦିବସ ପାଳନ ପାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ତରଫରୁ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ନିର୍ଦିଷ୍ଟ କାରଣ ନ ଦର୍ଶାଇ ବାତିଲ କରିବା ନେଇ ପ୍ରତିଯୋଗୀଙ୍କ ତରଫରୁ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!