ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଆପାଳ ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାନ୍ତିଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

ବାଲିଆପାଳ ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାନ୍ତିଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

 ଵାଲିଆପାଳ -୧୯/୦୫ — ବାଲେଶ୍ଵର ଜିଲ୍ଲାର ଉପାନ୍ତ ବାଲିଆପାଳ ବ୍ଳକ ସନ୍ନିକଟ ହାସିମପୁର ଗ୍ରାମର ଦିବଂଗତ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଜଗନ୍ନାଥ ମହାନ୍ତି (୮୦)ଙ୍କ ବାସ ଭବନରେ ତାଙ୍କର ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଏକ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଭଣଜା ଝୁଣ୍ଟୁ ଏବଂ ମଣ୍ଟୁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତି ସଭାରେ ବାଲେଶ୍ଵର ,ଜଳେଶ୍ଵର ଏବଂ ବାଲିଆପାଳ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଵସ୍ତା ବିଧାୟିକା ସୁବାଷିନୀ ଯେନା,ପ୍ରାକ୍ତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଯେନା, ରାଜନୈତିକ ନେତୃବୃନ୍ଦ, ସାରସ୍ଵତ ସଂଘ,କଳାକାର ସଂଘ,ବଣିକ ସଂଘ,ପ୍ରାଥମିକ ଶିକ୍ଷକ ସଂଘ,ଓଷ୍ଟା ସଂଘ, ଅଧ୍ୟାପକ ସଂଘ, କଳାକାର ସଂଘ,ବୁଦ୍ଧିଜୀବୀ ,ବଣିକ ସଂଘ, ,ଗଣମାଧ୍ୟମ ପ୍ରତିନିଧି, ଜଗନ୍ନାଥ ଚେତନା ସଂଘ, ଅମଲା ସଂଘ, ବରିଷ୍ଠ ନାଗରିକ ସଂଘ,ନେସ୍କୋ କର୍ମଚାରୀ ସଂଘ, ସୁବର୍ଣ୍ଣ ରେଖା ସାହିତ୍ୟ ସଂସଦର କର୍ମକର୍ତ୍ତା ପ୍ରମୁଖ ଏକାଦଶାହରେ ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ତଦସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ଅତିଥି ବୃନ୍ଦ ସ୍ମୃତି ଚାରଣ ସଭାରେ କହିଥିଲେ ସ୍ଵର୍ଗତ ଜଗନ୍ନାଥ ମହାନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ସହ ଏକ ଅନୁଷ୍ଠାନ ଥିଲେ ।ସେ ବାଲିଆପାଳ ମାଟିର ମହକ ଓ ଗୌରବ ଓ ଯୋଗଜନ୍ମା ସୁଯୋଗ୍ୟ ସନ୍ତାନ ।ବାଲିଆପାଳ ମା’ ,ମାଟି,,ମଣିଷ,ପାଣି,ପବନ ଓ ବିକାଶକୁ ଭଲ ପାଉଥିବା ବ୍ୟକ୍ତି ଜଣେ ।ବୃତ୍ତିରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ସେ ଜଣେ ସମାଜସେବୀ ,ବିଚାରକ,ସମାଜ ସଂସ୍କାରକ ,ପରୋପକାରୀ,ବାଗ୍ମୀ, ବିଦ୍ୱାନ, ମିଷ୍ଟଭାଷୀ,ସୁସଂଗଠକ, ନାଟ୍ୟକାର,ନାଟ୍ଯ ନିର୍ଦେଶକ,କଳାକାର, ଚଳଚ୍ଚିତ୍ର ଅଭିନେତା ଓ ଦରଦୀ ମଣିଷ ଥିଲେ । ସେ ୧୯ ଟି ନାଟକ ଲେଖିଥିବାବେଳେ ବହୁ ନାଟକରେ ନିଜେ ନିଖୁଣ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଥିଲେ ।ବହୁ ସାମାଜିକ ଓ ଧାର୍ମିକ ସଂଗଠନ ସହ ସେ ଜଡିତ ଥିଲେ ।ବାଲିଆପାଳରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା,ବାଲିଆପାଳ ରେ ଗୁରୁକୂଳ ପ୍ରାଥମିକ ଶିକ୍ଷକ ଭବନ ନିର୍ମାଣ ଏବଂ ବହୁ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଛଦ ପଟର ନାୟକ ଥିଲେ ।ସେ ବାଲିଆପାଳ ପ୍ରାଥମିକ ସଂଘ ସଭାପତି ଓ ପରେ‌ ରାଜ୍ଯ‌ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଓ ରାଜ୍ୟ ସଭାପତି ଏବଂ ପରେ ସର୍ବଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଦାୟିତ୍ଵ ନିଷ୍ଠାର ସହ ନିଭାଇଥିଲେ । ସର୍ବଭାରତୀୟ ଶିକ୍ଷକ ସଂଘ ନେତା ହୋଇ ସମଗ୍ର ଭାରତବର୍ଷରେ ବାଲିଆପାଳର ଗୌରବକୁ ଦ୍ଵିଗୁଣିତ କରିଥିଲେ । ବାଲିଆପାଳ ବିକାଶ ମଂଚର ସାରଥୀ ଥିଲେ ।ତାଙ୍କର ସହଧର୍ମିଣୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, ସାନଭାଇ ସ୍ଵର୍ଗତ ଜୟନାରାୟଣ ମହାନ୍ତି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ , ତାଙ୍କ ଜୋଇଁ ପ୍ରଣବ ବେହେରା ବାଙ୍କି ଉପଖଣ୍ଡର ଉପଜିଲ୍ଲାପାଳ,ବଡଝିଅ ସାଇଣ୍ଟିଷ୍ଟ ଥିବାବେଳେ ସାନ ଝିଅ କଟକ ହାଇକୋର୍ଟରେ ଓକିଲାତି କରୁଛନ୍ତି । ତାଙ୍କ ଅବର୍ତମାନରେ ସମଗ୍ର ବାଲେଶ୍ଵର ଜିଲ୍ଲା ତଥା ବାଲିଆପାଳ ଅଂଚଳରେ ଏକ ବିରାଟକାୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ବୋଲି ସ୍ମୃତି ଚାରଣ ସଭାରେ ବିଧାୟିକା ସୁବାସିନୀଙ୍କ , ପ୍ରାକ୍ତନ ସାଂସଦ ରବୀନ୍ଦ୍ର ଯେନା,ବହୁ ସାରସ୍ଵତ ସାଧକ, ବୁଦ୍ଧିଜୀବୀ, ଜନପ୍ରତିନିଧି ପ୍ରମୁଖ ସମସ୍ତେ ଆଖି ଛଳଛଳ ଓ ଭାବ ବିହ୍ୱଳ ହୋଇ ବକ୍ତବ୍ୟ ରଖିଥିଲେ ।ଅତି ପାଖରୁ ନିଆରା ମଣିଷକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ।

ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

Sunil Chandra Nayak

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

masiha

PRINCIPAL CHIEF COMMERCIAL MANAGER HOLDS REVIEW MEETING AND INSPECTION AT VISAKHAPATNAM

Sunil Chandra Nayak

Leave a Comment

error: Content is protected !!