ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

ବନ୍ଧୁଗାଁ ତା, ୨୧/୫/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସାନ ସରପଲି ଗ୍ରାମ ଠାରେ ଗତ ୧୧ ତାରିଖ ଦିନରୁ ବହୁ ଆଡ଼ମ୍ବରରେ   ମା ମାଝୀ ଗୌରୀ ଗାଁ ଘଟ ଯାତରା ପାଳିତ ହୋଇଯାଇଛି I ଏହି ଘଟ ଯାତରା  ୯ ଦିନ ଦିନ ଧରି ଚାଲିଥିଲା I ଏଥିରେ ମା ଙ୍କ ଅଷ୍ଟମ ଓ ନବମ ଦିନ ଦୁଇ ରାତିରେ ଲୋକ ମନଙ୍କ ଉତ୍ସାହ ପାଇଁ ରଙ୍ଗାରଙ୍ଗର କୋରାପୁଟିଆ ଦେଶିଆ ନାଟକ ଆୟୋଜନ ହୋଇଥିଲ I ପ୍ରଥମ ଦିନରେ ମା ସ୍ଥାୟୀ ମନ୍ଦିର ରୁ ଅସ୍ଥାୟୀ ମନ୍ଦିରକୁ ଯିବେ I ଦ୍ୱିତୀୟ ଦିନରେ ନବ ଘଟର ଶୃଙ୍ଗାର ନିତି I ତୃତୀୟ ଦିନରେ ମା ଗାଁ ପରିକ୍ରମା,ଚତୁର୍ଥ ଦିନରେ ନବ ଘଟ ଓ ଗାଁ ପରୀକ୍ରମା କରି ନଅ ଦିନଧରି ମା ଗାଁର ଘରେ ଘରେ ବୁଲି ବୁଗ ସହ ପୂଜା ପାଇଥାନ୍ତି I ମାଙ୍କୁ ଅତିବାହିତ ଭାବରେ ଅସ୍ଥାୟୀ ମନ୍ଦିରକୁ ଆଣି ନଅ ଦିନ ଧରି ରିତିନିତି ଅନୁଯାଇ ମାଙ୍କୁ ସେବା କରନ୍ତି ଓ ମାଝୀ ଗୌରୀ ମାଙ୍କ ନାମରେ ମନ୍ନତ କରିଥିବା ଶ୍ରଦ୍ଧାଳୁ ଙ୍କ ମନର ଦୁଃଖ ବୁଝି ଭକ୍ତଙ୍କ ମନକୁ ନିରାସ ନଁ କରି ମନ ସ୍କାମନା ପୁରା କରିଥାନ୍ତି I 

 ପୂର୍ବ ପୁରୁଷଙ୍କ ଠାରୁ ଚାଲି ଆସିଥିବା ଏହି ସାନ ସରପଲି ଗ୍ରାମ ର ରକ୍ଷା ଦେବି ମା ମାଝୀ ଗୌରୀ ଙ୍କ ନାମରେ ପାରମ୍ଫାରିକ ରୀତିନୀତି ଅନୁଯାଇ ପ୍ରତେକ ବର୍ଷର ମେ ମାସରେ ମାଙ୍କୁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ୯ ଦିନ ଘର ଓ ଗାଁର ଶାନ୍ତି ଓ ମଙ୍ଗଳ ପାଇଁ ଆଣି ଘଟ ଯାତରା ଆଣିଥାନ୍ତି I ଚଳିତ ବର୍ଷ ମାଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ଆସି ଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା ଓ ବହୁତ ଧୂମଧାମ ର ସହ ଦେଶିଆ ନାଟ ଦୁଇଦିନ କରେଇ ଲୋକଙ୍କ ମନକୁ ଖୁସି କରେଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା I ମା ଆଜି ବର୍ଷ ଯାକ ପୂଜା ପାଉଥିବା ସ୍ଥାୟୀ ମନ୍ଦିରକୁ ଚାଲିଗଲେ I  ମା ଙ୍କ ନାମରେ ଅତ୍ୟଧିକ ମାତ୍ରାରେ ଛେଳି ଓ କୁକୁଡ଼ା ବଳି ପଡିଥିଲା I ଯେଉଁ ଯେଉଁ ଭକ୍ତ ଘର ଓ ପରିବାରର ଲୋକଙ୍କ ନାମରେ ମାନସିକ କରିଥାନ୍ତି ମନସ୍କାମନା ପରେ ଆଜି ମାଙ୍କ ନାମରେ ମାଙ୍କୁ ଭୋଗ ଚଡେଇଥାନ୍ତି I ଆଜି ମାଙ୍କୁ ବିଦାୟ କରିବା ସମୟରେ ବାଜା ମାରି ନାଚ ସହିତ ବହୁତ ଖୁସିରେ ମାଙ୍କୁ ବିଦାୟ କରେଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମହା ଆଡମ୍ବରରେ ସରସ୍ୱତୀ ପୂଜା ପାଳନ କଲା ଗୋପବନ୍ଧୁ ପାଠାଗାର

Sunil Chandra Nayak

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ  

Sunil Chandra Nayak

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିବ ସୁବର୍ଣ୍ଣ ଚିତା

Sunil Chandra Nayak

Leave a Comment

error: Content is protected !!