ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

ମୟୂରଭଞ୍ଜ – ୨୭/୦୫ — ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ପାଲଟିଛି ।ଵିଶେଷତଃ ଯଶିପୁର – ରାଇରଙ୍ଗପୁର – ତିରିଂ ମଧ୍ୟରେ ଯାଇଥିବା ଏହି ରାସ୍ତାରେ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି ।

ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୯ ନମ୍ବର ଓ୍ବାର୍ଡର ଅଁଳାଡୁବା ଗ୍ରାମର ବାବୁ ମହାନ୍ତିଙ୍କ ପୁଅ ଯୁବକ ଇଞ୍ଜିନିୟର ମିଲନ ମହାନ୍ତି(୨୮) ନିଜ କାମ ସାରି ଵହଳଦା ଆଡ଼କୁ ରାଇରଙ୍ଗପୁର ସହରକୁ ବାଇକରେ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ସହ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ରାସ୍ତାରେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତର ଖାନା ଅଣା ଯାଇଥିଲା ।ଗୁରୁତର ଥିବା ଯୋଗୁଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଆମ୍ବୁଲାନ୍ସରେ ନେଉଥିବାବେଳେ ସୋର ପାଖରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୋମବାର ଦିନ ରାଇରଙ୍ଗପୁର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ମୃତ୍ୟୁରେ ଅଁଳାଡୁବାରେ ଶୋକରେ ଛାୟା ଖେଳିଯାଇଛି ।ଜଣେ ମିଷ୍ଟଭାଷୀ , ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ବିଜେପି ରାଜ୍ୟ ସଂପାଦକ ନବିନ ରାମ,ବିଧାୟକ ଜଲେନ ନାଏକ, ଜିଲ୍ଲା ସଂପାଦକ ମନୋଜ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ପଦୋନ୍ନତି ପାଇଲେ ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷକ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ 

masiha

ବହୁବିଧ ସେବାରେ ବ୍ରତୀ ସମାଜସେବୀ ଶୁଭକାନ୍ତ ସାମଲ 

masiha

Leave a Comment

error: Content is protected !!