ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ

ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ

ଜୁନାଗଡ଼ (ମ ନି ସ):-କିଛି ଦିନ ତଳେ ରାଜ୍ୟ କଂଗ୍ରେସ କମିଟି ଗଠନ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବରେ ମନୋନୀତ କରାଯାଇଛି। ଯାହାକୁ ନେଇ ଜିଲ୍ଲା କଂଗ୍ରେସ ମହଲରେ ଖୁସିର ଲହରୀ ଦେଖା ଦେଇଛି. ଇତି ପୂର୍ବରୁ ଶ୍ରୀ ନାଏକ ରାଜନୀତି କ୍ଷେତ୍ରରେ ୨୦୦୨ମସିହାରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ରାଜନୀତି ରେ ପାଦ ଥସ୍ପିଠିକେ .ପରେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷ ଭାବରେ ରହିଥିଲେ।ଇତି ପୂର୍ବରୁ କଳାହାଣ୍ଡି ଲୋକ ସଭା ଯୁବ କଂଗ୍ରେସ ସଭାପତି, ଜିଲ୍ଲା କିସାନ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ରେ କାର୍ଯ୍ୟ ତୁଲାଇ ଆସୁଥିଲେ । ବର୍ତମାନ ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ଭାବରେ ମନୋନୀତ କରି ଚାରୋଟି ଜିଲ୍ଲା ରେ କଂଗ୍ରେସ କୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ଦାୟିତ୍ୱ ଅର୍ପଣ କରିଛନ୍ତି। ଗଞ୍ଜାମ ଇଷ୍ଟ, ଗଞ୍ଜାମ ୱେଷ୍ଟ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ର କଂଗ୍ରେସ କୁ ସୁଦୃଢ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଆସ୍ଥା ପ୍ରକଟ କରି ସଂଗଠନ କୁ ସୁଦୃଢ କରିବା ପାଇଁ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଭା ଚାରିଟି ଜିଲ୍ଲା ର ପ୍ରଭାରୀ ମନୋନୀତ ହେଲା ପରେ ଶ୍ରୀ ନାଏକ ଏଆଇସିସି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ,କେସି ବେନୁଗୋପାଳ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ,ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ,ଜିଲ୍ଲା କଂଗ୍ରେସ କମିଟି ସଭାପତି ଭରତ ବେମାଲ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ଙ୍କୁ ନେଇ କଂଗ୍ରେସ ସଂଗଠନ କୁ ମଜଭୁତ କରିବା ହିଁ ମୋର ଏକମାତ୍ର ଲକ୍ଷ୍ୟ ବୋଲି ଶ୍ରୀ ନାଏକ ମତ ପ୍ରକାଶ କରିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗାଜ୍ଜିବନ ସା ଙ୍କ ରିପୋର୍ଟ

Related posts

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

Sunil Chandra Nayak

କୋଦଳା ଠାରେ ମନ୍ତ୍ରୀ ଙ୍କୁ ସମ୍ବର୍ଦନା ସହ ମହା ମିଶ୍ରଣ ପର୍ବ,୨୨ ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ସାମିଲ

Sunil Chandra Nayak

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

masiha

Leave a Comment

error: Content is protected !!