ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ଡାବୁଗାଁ, ୨୯/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାଦରମାହକୁମା ସ୍ଥିତ ନୂଆଗୁଡା ଗ୍ରାମରେ ମାଁ ମଙ୍ଗଳା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଛି l ଏଥିରେ ପ୍ରଥମେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀ ରେ ପୂଜାର୍ଚ୍ଚନା କରିବା ପରେ ଗ୍ରାମର ବହୁ ମହିଳା ମାନେ ମୁଣ୍ଡରେ କଳସୀ ମୁଣ୍ଡାଇ ଏକ ବିରାଟ ଶୋଭାଯାତ୍ରା ରେ ଯାଇ ମଙ୍ଗଳା ମନ୍ଦିର ରେ ପହଞ୍ଚିବା ପରେ ସ୍ଥାପନ କରାଯାଇଥିଲା l ଏହାପରେ ବନଯୋଗ କର୍ମକୁଟୀ ଶୋଧନ, ଅଙ୍କୁରି ରୋପଣ କାର୍ଯ୍ୟକ୍ରମ ରହିଛି l ରବିବାର ବିଭିନ୍ନ ପୂଜାର୍ଚନା ପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପରେ ପ୍ରତିଷ୍ଠା ଉତ୍ସବ ଶେଷ ହେବ l ଏଥିରେ ମନ୍ଦିର କମିଟି ର ଲାଣ୍ଡୁ ପାଢ଼ୀ, ଜିତେନ୍ଦ୍ର କୁମାର ମାଝୀ, ସଞ୍ଜୟ ଶତପଥୀ, ପିଣ୍ଟୁ ପରିଛା ଗେଦୁ ପଟ୍ଟନାୟକ, କାମେଶ୍ୱର ରାଓ ଙ୍କ ସମେତ ଅନ୍ୟମାନେ ପରିଚାଳନା କରିଛନ୍ତି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

Sunil Chandra Nayak

ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ,ହନୁମାନ ଓ ଗଣେଶ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ

masiha

ନିଆଁରା ବାହୁଡାଯାତ୍ରା, ଦେବାଦେବୀଙ୍କ ଲାଠି ଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର       

masiha

Leave a Comment

error: Content is protected !!