ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ଡାବୁଗାଁ, ୨୯/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାଦରମାହକୁମା ସ୍ଥିତ ନୂଆଗୁଡା ଗ୍ରାମରେ ମାଁ ମଙ୍ଗଳା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଛି l ଏଥିରେ ପ୍ରଥମେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀ ରେ ପୂଜାର୍ଚ୍ଚନା କରିବା ପରେ ଗ୍ରାମର ବହୁ ମହିଳା ମାନେ ମୁଣ୍ଡରେ କଳସୀ ମୁଣ୍ଡାଇ ଏକ ବିରାଟ ଶୋଭାଯାତ୍ରା ରେ ଯାଇ ମଙ୍ଗଳା ମନ୍ଦିର ରେ ପହଞ୍ଚିବା ପରେ ସ୍ଥାପନ କରାଯାଇଥିଲା l ଏହାପରେ ବନଯୋଗ କର୍ମକୁଟୀ ଶୋଧନ, ଅଙ୍କୁରି ରୋପଣ କାର୍ଯ୍ୟକ୍ରମ ରହିଛି l ରବିବାର ବିଭିନ୍ନ ପୂଜାର୍ଚନା ପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପରେ ପ୍ରତିଷ୍ଠା ଉତ୍ସବ ଶେଷ ହେବ l ଏଥିରେ ମନ୍ଦିର କମିଟି ର ଲାଣ୍ଡୁ ପାଢ଼ୀ, ଜିତେନ୍ଦ୍ର କୁମାର ମାଝୀ, ସଞ୍ଜୟ ଶତପଥୀ, ପିଣ୍ଟୁ ପରିଛା ଗେଦୁ ପଟ୍ଟନାୟକ, କାମେଶ୍ୱର ରାଓ ଙ୍କ ସମେତ ଅନ୍ୟମାନେ ପରିଚାଳନା କରିଛନ୍ତି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜି. କାମତା ଗ୍ରାମରେ ମାଁ ଠାକୁରାଣୀ ଯାତ୍ରା

Sunil Chandra Nayak

କୁମ୍ଭାରିଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ଆୟୋଜିତ

Sunil Chandra Nayak

ଧରାକୋଟ ରେ ରାମ ଚରିତ ମାନସ

masiha

Leave a Comment

error: Content is protected !!