ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଚିଲିଚିଲା ଛକ ନିକଟରେ ଗୁରୁବାର ଅପରାହ୍ନ ୪ ଟା ରେ ମେଣ୍ଢା ଖାଦ୍ୟ ଅନ୍ୱେଷଣ କରୁଥିବା ବେଳେ ଚିଲିଚିଲା ବିଜୁ ଏକ୍ସପ୍ରେସ ୱେ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ ହୋଇଯାଇଛି । ଉକ୍ତ ମେଣ୍ଢା ଟି କେବିଡି ଗ୍ରାମର ମୁକୁନ୍ଦ ନାଏକ ଙ୍କ ହୋଇଥିବା ବେଳେ ସେ ଜଣେ ମେଣ୍ଢା ଚାଷୀ ଅଟନ୍ତି।ମେଣ୍ଢା ବିକ୍ରି କରି ତାଙ୍କ ପରିବାର ର ପେଟ ପୋଷଣ କରୁଥିଲେ ବୋଲି ମୁକୁନ୍ଦ କହିଛନ୍ତି । ସୂଚନା ମୁତାବକ ଦୀର୍ଘ ଦିନ ଧରି ଚିଲିଚିଲା ଗ୍ରାମରେ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତାର ବାଡ଼ ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମେଣ୍ଢା ର ମୃତ୍ୟୁ ବିଦ୍ୟୁତ୍ ବିଭାଗ ର ତ୍ରୁଟି ଯୋଗୁଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ମୁକୁନ୍ଦ ଙ୍କୁ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସାଲୟ ତରଫରୁ ଆସି ଡାକ୍ତରୀ ମଇନା କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଅଧିବେଶନ, ନିର୍ବାଚନ ପୂର୍ବରୁ ପେନସନ ଦିଅ

masiha

କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

masiha

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ଶୋକ 

masiha

Leave a Comment

error: Content is protected !!