ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆଇ ଟି ୟୁ ର ୫୬ ତମ ପ୍ରତିଷ୍ଠା ଦିବସ 

ସି ଆଇ ଟି ୟୁ ର ୫୬ ତମ ପ୍ରତିଷ୍ଠା ଦିବସ 

ରାଉରକେଲା ତା ୩୦/୦୫/୨୦୨୫ — ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର ( ସି ଆଇ ଟି ୟୁ) ର ୫୬ ତମ ପ୍ରତିଷ୍ଠା ଦିବସ ଆଜି ରାଉରକେଲା ସ୍ଥିତ ସେକ୍ଟର ୧୬ ଶ୍ରମିକ ଭବନ,ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁନିୟନର ପତାକା କୁ ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ତଥା ସୁନ୍ଦରଗଡ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି। ଜିଲ୍ଲା କମିଟି ର ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସି ଆଇ ଟି ୟୁ ସହବନ୍ଧିତ ଜିଲ୍ଲା ର ସମସ୍ତ ୟୁନିୟନର ନେତୃତ୍ବ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଉଭୟ ନେତୃତ୍ବ ବକ୍ତବ୍ୟ ରଖି ଆଜିର ଦିନରେ ୧୯୭୦ ମସିହା ମେ ୨୮ ରୁ ୩୦ ତାରିଖ ରେ ସି ଆଇ ଟି ୟୁ ତା’ର ପ୍ରଥମ ସର୍ବଭାରତୀୟ ସମ୍ମିଳନୀ କଲିକତା ଠାରେ ଆୟୋଜିତ କରି ତାର ପ୍ରତିଷ୍ଠା ଘୋଷଣା କରିଥିଲା।ଏହାର ପ୍ରଥମ ସଭାପତି ହୋଇଥିଲେ ବର୍ଷୀୟାନ ଶ୍ରମିକ ନେତା ବି ଟି ରଣଦିଭେ ଓ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ ପି ରାମମୂର୍ତ୍ତୀ। ସି ଆଇ ଟି ୟୁ ତା’ର ପ୍ରତିଷ୍ଠା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରମିକ ଶ୍ରେଣୀ ର ସ୍ବାର୍ଥ ରେ ଜାଗ୍ରତ ପ୍ରହରୀ ରୂପେ କାମ କରି ଆସୁଛି। ନବ୍ୟ ଉଦାରବାଦୀ ଆର୍ଥିକ ନିତୀ ବିରୁଦ୍ଧରେ, ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ନୀତି ବିରୋଧରେ ଲଗାତର ଭାବରେ ସଂଗ୍ରାମ କରିଛି। ବର୍ତମାନ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ ଦାବିରେ ଓ ଶ୍ରମ ଆଇନ ଗୁଡ଼ିକୁ କର୍ପୋରେଟ ଓ ପୁଞ୍ଜିପତି ମାନଙ୍କର ସ୍ଵାର୍ଥ ରେ ବିଲୀନ କରିବା ବିରୁଦ୍ଧରେ, ସାଂପ୍ରଦାୟିକତା ଓ ଫାସୀବାଦ ବିରୁଦ୍ଧରେ ଲଗାତର ସଂଘର୍ଷ ଜାରୀ ରଖିଥିଲା ବେଳେ ଆସନ୍ତା ଜୁଲାଇ ୯ ତାରିଖ ଦେଶବ୍ୟାପୀ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ସହିତ ଶ୍ରମିକ ବିରୋଧୀ କେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ର ଡାକରା ଦେଇଛି। 

     ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବି ପି ମହାପାତ୍ର, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ଅଜୟ ଶର୍ମା, ଯଯାତୀ କେଶରୀ ସାହୁ, ପ୍ରଦୀପ ସେଠୀ, ଏନ୍ ଏନ୍ ପାଣିଗ୍ରାହୀ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ଚନ୍ଦ୍ରଭାନୁ ଦାସ, ସୁରେନ୍ଦ୍ର ମହାନ୍ତି,ବୁବୁନ ମାଇତି, ଯଜ୍ଞେଶ୍ଵର ସାହୁ, ଅକ୍ଷୟ ରାଉତ, ସଚିନ୍ ରାୟ,ଶିବରାମ ବେହେରା, ଜୀବନ ବରିହା, ଏନ୍ କେ ରାଉତରାୟ,ବଛିରାମ ବେହେରା, କୁବେର ଖାଁ, ସାଗର ଛୋଟରାୟ, ବିଶ୍ବରଂଜନ ମଲ୍ଲିକ, ଶତୃଘ୍ନ ବେହେରା, ଗୋବିନ୍ଦ ବାରିକ୍,ଜି କେ ନାୟକ, ଶୁଭେନ୍ଦୁ ମହାନ୍ତି ସମେତ ସମସ୍ତ ସହବନ୍ଧିତ ୟୁନିୟନର ନେତୃତ୍ବ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

masiha

ବଡଝରଣଗ୍ରାମ ପଞ୍ଚାୟତ ତରଫରୁ ନିଟ ପରୀକ୍ଷାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!