ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ରାସ୍ତାରୁ ଏ ଏସ ଆଇ ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । 

କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିିପୁର ଛକ ନିକଟରେ ରବିବାର ସକାଳୁ ବାଇକ ସହ ଜଣେ ପୋଲିସ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ପୋଲିସ ଏଏସଆଇଙ୍କ ନାମ ପବିତ୍ର ଗୋଲାପୀ(୪୩) ହୋଇଥିବାବେଳେ ତାଙ୍କ ଘର କୋରାପୁଟ ଜିଲା ବୋରିଗୁମା ଥାନା ସାନଦୁବଲି ଗ୍ରାମ ବୋଲି ଜଣାପଡିଛି। ମୃତ ପୋଲିସ ଏଏସଆଇ କଳାହାଣ୍ଡି ଜିଲାର କେଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ଗତ ମାସ ଶେଷରେ ତାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା। ଯାହାଫଳରେ ସେ ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଠାରେ କାର୍ଯ୍ୟ କରୁଥିଲେ। ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ଜଣାପଡ଼ି ନଥିଲା । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଓ ଟିମ୍ ପହଞ୍ଚି ଛାନଭିନ କରିଥିଲେ। ସେପଟେ ପୋଲିସ ଏ ଏସ ଆଇ ଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା।

ହେଲେ ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣାରୁ କୋରାପୁଟକୁ ବାଇକରେ ଯାଉଥିବାବେଳେ ବାଟରେ ବନମାଲିପୁର ଛକ ନିକଟରେ ଏକ ଅଟକି ଥିବା ଟ୍ରକରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି। ଦୁର୍ଘଟଣା ପରେ ବାଇକ ରେ ନିଆଁ ଲାଗିଯିବା ସହ ପୋଲିସ ଏ ଏସ ଆଇ ଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଜଳି ଯାଇ ପୋଡି ଯାଇଥିଲେ ବୋଲି ପ୍ରତ୍ୟକ୍ଷ ଦର୍ଶୀ ଙ୍କ ନିକଟରୁ ସୂଚନା ପାଇଁ ରବିବାର ସକାଳରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିଲା। ତେବେ ଦୁର୍ଘଟଣା ରାତିରେ ଉକ୍ତ ରାସ୍ତା ଦେଇ କୋରାପୁଟ ଜିଲାର ଜଣେ ପୋଲିସ ଅଫିସର ଓ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ଦୃଶ୍ୟ ଦେଖିଥିବା ପୋଲିସ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଦୁର୍ଘଟଣାରେ ଜଡ଼ିତ ଟ୍ରକକୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବା ଜୁନାଗଡ଼ ଆଇ ଆଇ ସି ଶେଷଦେବ ବେହେରା ସୂଚନା ଦେଇଛନ୍ତି। 

ଏପଟେ ମୃତ ଏସ. ଆଇ ଙ୍କ ସାନଭାଇ ନରେନ୍ଦ୍ର ଗୋଲାପି ଘଟଣା ସ୍ଥଳରେ ପହଂଚି ତାଙ୍କ ଭାଇ ଙ୍କୁ ହତ୍ୟା କରାଯାଇଥିବା ଗଣମାଧ୍ୟମ କୁ କହିଛନ୍ତି।ଅର୍ଦ୍ଧଦଗ୍ଧ ଶବ କୁ ପୋଲିସ ଜବତ କରିବା ସହ ଶଵ ବ୍ୟବଛେଦ ପାଇଁ ଜୁନାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିବା ବେଳେ ପରିବାର ବର୍ଗ ମଧ୍ୟ କୋରାପୁଟ ରୁ ଆସିପହଞ୍ଚିଚନ୍ତି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୫୦ ଗ୍ରାମ୍ ହେରୋଇନ୍ ଜବତ ସହିତ ଦୁଇଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ୍

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ପୁଲିସ କୋରାପୁଟ ଅଞ୍ଚଳରୁ ହରିୟାଣାକୁ ହେଉଥୁଲା ଚାଲାଣ

masiha

Leave a Comment

error: Content is protected !!