ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମା ମଙ୍ଗଳାଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ଅନୁଷ୍ଠିତ ,୨-ଆମ୍ ଆଦମୀ ପାର୍ଟିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତୁତି ବୈଠକ, ଜୁନ ୧୫ ରେ ବୈଠକର ନିଷ୍ପତ୍ତି 

ମା ମଙ୍ଗଳାଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ (ମନିସ)1/6/25 — ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତ ର କର୍ଣ୍ଣାଟପୁର ଗ୍ରାମରେ ମା ମଙ୍ଗଳାଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ମହା ଆଡମ୍ବର ରେ ଅନୁଷ୍ଟିତ ହୋଇଯାଇଛି l ଶନିବାର ଏହି ଉତ୍ସବରେ ସକାଳ ୭ ଘଟିକା ରେ ପ୍ରଥମେ ପlଳସାହି ସ୍ଥିତ ନଦୀରୁ ପାଣି ଆଣି ସଂକୀର୍ତ୍ତନ ଓ କଳସ ଶୁଭାଯାତ୍ରାରେ ମା ଙ୍କ ପ୍ରାଙ୍ଗଣକୁ ଯାତ୍ରା ହୋଇଥିଲା l ରବିବାର ସ୍ଥାପନ ଓ ଯଜ୍ଞ ଆରମ୍ଭ କରାଯାଇ ଅପରାହ୍ନ ୧.୩୦ ମିନିଟ ରେ ପ୍ରସାଦ ସେବନ ହୋଇଥିଲା l ସନ୍ଧ୍ୟା ୭. ୩୦ ରେ ନାମ ସଂକୀର୍ତ୍ତନ ରେ ପୁରା ପରିବେଶ ମା ଙ୍କ ପ୍ରାଙ୍ଗଣରେ ପ୍ରକମ୍ପିତ ହୋଇଥିଲା ଏବଂ ପ୍ରସାଦ ସେବନ ହୋଇଥିଲା l ରବିବାର ସକାଳ ୬.୦୦ ଟା ରେ ସୂର୍ଯ୍ୟ ପୂଜା ଓ ୧୨.୩୦ ଅପରାହ୍ନ ରେ ପୂର୍ଣ୍ଣାହୋତି ଓ ପ୍ରସାଦ ସେବନ ହୋଇଥିଲା l ଏହି ଉତ୍ସବ ମହା ଆଡମ୍ବର ରେ ପାଳିତ ହେବା ସହିତ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଏବଂ ବହୂ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ଆମ୍ ଆଦମୀ ପାର୍ଟିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତୁତି ବୈଠକ, ଜୁନ ୧୫ ରେ ବୈଠକର ନିଷ୍ପତ୍ତି 

କାମାକ୍ଷାନଗର (ମନିସ)1/6/25 — ଆମ୍ ଆଦମୀ ପାର୍ଟି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ପାଇଁ ଏକ ପ୍ରସ୍ତୁତି ବୈଠକ ଏନଏସି କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଯୋଗଦେଇ ଭାରତ ବର୍ଷରେ ଆମ୍ ଆଦମୀ ପାର୍ଟିର ଆବଶ୍ୟକତା ଓ ତାର ନୀତି ଆଦର୍ଶ ବିଷୟରେ ପ୍ରତି ଗାଁ ରେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ l ଦଳର ନୀତି ଆଦର୍ଶ ଏବଂ ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣି ରୋଜଗାର ଓ କୃଷିର ବିକଳ୍ପ ରାଜନୀତିକୁ ଘରେ ଘରେ ପହଞ୍ଚାଇବା ପାଇଁ ଏନଏସିର ଉଦୟନାଥ ସାହୁ ଦାୟୀତ୍ୱ ନେଇଥିବା ବେଳେ କାର୍ତ୍ତିକ ସାମଲ କାମାକ୍ଷାନଗର ଦାୟୀତ୍ୱ ନେଇଛନ୍ତି l ସେହିପରି ମଧୁସୂଦନ ମଲିକ ଓ ଗୌରାଙ୍ଗ ସାମଲ ଭୁବନ ବ୍ଲକ ଦାୟୀତ୍ୱ ନେଇଛନ୍ତି l ଆସନ୍ତା ଦୁଇ ସପ୍ତାହ ପରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ କରାଯିବାପାଇଁ ନିଷ୍ପତ୍ତି ନିଆଗଲା l ସେହି ବୈଠକରେ ନୂତନ, ପୁରାତନ ଏବଂ ଅନ୍ୟ ଦଳରୁ ଆସିଥିବା ସଦସ୍ୟ ମାନଙ୍କୁ ଯୋଗ ଦେବାପାଇଁ ଅନୁରୋଧ କରାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡା କଳିଙ୍ଗ ବୈଶ୍ୟ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସଭାପତି ଅମରନାଥ, ସମ୍ପାଦକ ଜୟରାମ

masiha

ବାଟୋଇ ସାହିତ୍ୟ ପତ୍ରିକା ଉନ୍ମୋଚନ   

masiha

ଗଛ ପଡି 2 ଘର ସହ ଦୋକାନ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଲୋକେ

Sunil Chandra Nayak

Leave a Comment

error: Content is protected !!