ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ତ ସର୍ବ ନାମ

ତୁମେ ତ ସର୍ବ ନାମ

ଉପେନ୍ଦ୍ର କୁମାର ବସ୍ତିଆ

 

କେଉଁ ନାମଧରି ଡାକିବି କେଶବ 

    ତୁମେ ତ ସରବ ନାମ 

କେଉଁ ଧାମ ଯାଇଁ ପୂଜିବି ତୁମକୁ 

    ତୁମେ ତ ସରବ ଧାମ ।

 

କେଉଁ ଗୁରୁ ପାଦ ଆଶ୍ରା ମୁ କରିବି 

    ତୁମେ ତ ଗୁରୁଙ୍କ ଗୁରୁ 

କେଉଁ ଦେବ ନାମେ ପୂଜିବି ତୁମକୁ 

    ତୁମେ ପରା ସର୍ବ ମେରୁ ।

 

ଭାବଗ୍ରାହୀ ବୋଲି ଭାବକୁ ନିକଟ 

    ଅଭାବକୁ ବହୁଦୂର 

କୁହ ମୁଁ କଣ କରିବି କେଶବ 

    କେଉଁ ଭାବେ ହେବ ମୋର ।

 

ଦେଖିନାହିଁ ସିନା ଲୀଳା ଖେଳା ତୁମ

    ଶାସ୍ତ୍ର ବର୍ଣ୍ଣିତ ଅସୁମାରୀ 

ଦୁଃଖ ଦୈନ୍ୟ ଯେତେ ଜୀବନ ଯାତନା 

    ଦିଅ ମୋତେ ଟୋପେ ବାରୀ ।

 

ରାଉରକେଲା

 

Related posts

ଅହିଂସା ରଥ କୁ ଭବ୍ୟ ସମ୍ବର୍ଦ୍ଧନା ପାଇଁ ବ୍ଲକ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

Sunil Chandra Nayak

ବୃକ୍ଷରୋପଣ କାର୍ଯ୍ୟକ୍ରମ ….

Sunil Chandra Nayak

Leave a Comment

error: Content is protected !!