ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ତ ସର୍ବ ନାମ

ତୁମେ ତ ସର୍ବ ନାମ

ଉପେନ୍ଦ୍ର କୁମାର ବସ୍ତିଆ

 

କେଉଁ ନାମଧରି ଡାକିବି କେଶବ 

    ତୁମେ ତ ସରବ ନାମ 

କେଉଁ ଧାମ ଯାଇଁ ପୂଜିବି ତୁମକୁ 

    ତୁମେ ତ ସରବ ଧାମ ।

 

କେଉଁ ଗୁରୁ ପାଦ ଆଶ୍ରା ମୁ କରିବି 

    ତୁମେ ତ ଗୁରୁଙ୍କ ଗୁରୁ 

କେଉଁ ଦେବ ନାମେ ପୂଜିବି ତୁମକୁ 

    ତୁମେ ପରା ସର୍ବ ମେରୁ ।

 

ଭାବଗ୍ରାହୀ ବୋଲି ଭାବକୁ ନିକଟ 

    ଅଭାବକୁ ବହୁଦୂର 

କୁହ ମୁଁ କଣ କରିବି କେଶବ 

    କେଉଁ ଭାବେ ହେବ ମୋର ।

 

ଦେଖିନାହିଁ ସିନା ଲୀଳା ଖେଳା ତୁମ

    ଶାସ୍ତ୍ର ବର୍ଣ୍ଣିତ ଅସୁମାରୀ 

ଦୁଃଖ ଦୈନ୍ୟ ଯେତେ ଜୀବନ ଯାତନା 

    ଦିଅ ମୋତେ ଟୋପେ ବାରୀ ।

 

ରାଉରକେଲା

 

Related posts

ମଣ୍ଡେଇ ସ୍ମରଣିକା ଓ ସାହିତ୍ୟ କମିଟି ବୈଠକ: ୧୫ ନଭେମ୍ବର ସୁଦ୍ଧା କବି, କବୟିତ୍ରୀ ଓ ଲେଖକଙ୍କ ଠାରୁ ଲେଖା ଆହ୍ବାନ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବନ୍ଦେ ମୋ ମାଟି ଉତ୍କଳ

ଖଡ଼ିଆଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!