ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ; ପୂର୍ଣେଶ଼୍ବର ମନ୍ଦିରରେ ଧୂମଧାମରେ ଦିତୀୟ ବାର୍ଷିକ ଶିବ ପାର୍ବତୀ ଵିଵାହ ସମ୍ପନ୍ନ

ରାଇରଙ୍ଗପୁର ; ପୂର୍ଣେଶ଼୍ବର ମନ୍ଦିରରେ ଧୂମଧାମରେ ଦିତୀୟ ବାର୍ଷିକ ଶିବ ପାର୍ବତୀ ଵିଵାହ ସମ୍ପନ୍ନ

 ମୟୂରଭଞ୍ଜ – ୧/୦୬  -+  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢୀ ଗ୍ରାମର ରାଜାରୁଜୁଡା ଅମଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ବାବା ପୁର୍ଣେଶ୍ଵୟ ମନ୍ଦିରରେ ମହାଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମନ୍ଦିରରେ ଶାସ୍ତ୍ରୀୟ ବିଧି ମୁତାବକ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପୂଜକ ପ୍ରସନ୍ନ ଷଡଙ୍ଗୀ,ରବି ନନା,ଟିକୁ ନନା, ଓମ୍ ପ୍ରକାଶ ଙ୍କ ତତ୍ବାବଧାନରେ ସମ୍ପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ କୃତ୍ୟ ହୋଇ ଵରାନୁଗମନ ହୋଇଥିଲା ପୂର୍ବାହ୍ନ୧୦ ଟାରେ ମଙ୍ଗଳ କୃତ୍ୟ ହୋଇ ୧୧.୩୦ ଠାରେ ଵରାନୁଗମନ କରାଯାଇଥିଲା । ବରଯାତ୍ରୀ ଆସିବା ପରେ ସଂପୁର୍ଣ୍ଣ ବୈଦିକ ରୀତିନୀତି ଵିଵାହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୩ .୩୦ ରେ ପାଣି ଗ୍ରହଣ କରାଯାଇଥିଲା ।ବରପକ୍ଷରୁ ପିତାମାତା ଭାବେ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ ଏବଂ ତାଙ୍କ ସହଧର୍ମିଣୀ ଏବଂ କନ୍ଯା ପକ୍ଷରୁ ପିତାମାତା ଭାବେ ରାଇରଙ୍ଗପୁର ତହସିଲର ସୁପରଭାଇଜର ନିହାର କୁମାର ପାତ୍ର ଏବଂ ତାଙ୍କର ସହଧର୍ମିଣୀ ସଙ୍କଳ୍ପ ରେ ବସି ଦାୟିତ୍ଵ ନିଭାଇଥିଲେ । ମନ୍ଦିର କମିଟି ପକ୍ଷରୁ ଧୂମଧାମରେ ପ୍ରସ୍ତୁତି କରା ଯାଇଥିଲା । ସମ୍ପୂର୍ଣ ଅଂଚଳ‌ ଶିବମୟ ହୋଇ ଉଠିଥିଲା । ଓମ୍ ନମ୍ଃ ଶିବାୟ ଉଚ୍ଚାରଣ ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ଶଙ୍ଖ, ହୁଳହୁଳି,ବାଜା ରୋଷଣୀରେ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ବିବାହ ସମାପନ ପରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର କମିଟି ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଶିବ ଓ ପାର୍ବତୀଙ୍କ ଅପୂର୍ବ ବିବାହ କାର୍ଯ୍ୟରେ ନିଜକୁ ସାମିଲ କରାଇ ପାରିଥିବାରୁ ଭକ୍ତ ମାନଙ୍କ ଭିତରେ ବି ଦେଖିବାକୁ ମିଳିଥିଲା ଉତ୍ସାହ । 

ବିଶ୍ବାସ ଅଛି ପ୍ରବଳ ଗ୍ରୀଷ୍ମ ରେ ଛଟପଟ ହେଉଥିଲେ ଜୀବଜଗତ । ସମସ୍ତେ ତ୍ରାହି ତ୍ରାହି ହେଉଥିଲେ । ତେଣୁ ମହାଦେବ ମାନବୀୟ ଲୀଳା ପାଇଁ ମର୍ତ୍ତ୍ୟକୁ ଓହ୍ଲାଇ ମାନବୀୟ ରୂପରେ ଶିବ ପାର୍ବତୀଙ୍କ ଵିଵାହ ହୋଇଥିଲା ।ଇନ୍ଦ୍ର ଦେବତା ବର୍ଷା ଢାଳିଥିଲେ ।ପ୍ରକୃତି ଶାନ୍ତ,ସ୍ନିଗ୍ଧ ସୁଶୀଳ ହୋଇଥିଲା । ସଂଧ୍ୟାରେ ରାଇରଙ୍ଗପୁର ଅଂଚଳର ପ୍ରସିଦ୍ଧ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ଭଜନ‌ପରିଵେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ତହସିଲ ଅଫିସରେ ସମସ୍ତ ଆର‌ ଆଇ ,ଏ ଆର ଆଇ, କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

masiha

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଗୋକୁଳଧାମ ଭାଗବତ ଟୁଙ୍ଗି ର ଭାଗବତ ସପ୍ତାହ ଓ ବାର୍ଷିକୋତ୍ସବ ପାଇଁ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!