ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ 

ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ 

ବ୍ରହ୍ମପୁର,୦୪/୬/୨୫ : ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଷଷ୍ଠ ବାର୍ଷିକୋତ୍ସବ ଅବସରରେ ଜୁଲାଇ ଦୁଇ ତାରିଖ ” ଲୋକ କଳା ଦାସକାଠିଆ ସମାବେଶ ” ରେ ଅଂଶ ଗ୍ରହଣ ନିମନ୍ତେ ” ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘ ” ଏକ କାର୍ଯ୍ୟକାରିଣୀ ବୈଠକ ଭାବନ୍ଧ ପାଗଳବାବା ଆଶ୍ରମ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ବାଳକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଣ୍ଡିତ ସୁରେନ୍ଦ୍ର ନାଥ ଦାସ ଶର୍ମା, ଦେବେନ୍ଦ୍ର ନାଥ ଦାଶ, କେଦାର ନାଥ ମୁନି, ସୀମାଞ୍ଚଳ ପଣ୍ଡିତ ପ୍ରମୁଖ ମଂଚାସୀନ ଥିଲେ । ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ କଳାକାର ସଂଘ କର୍ତ୍ତୃକ ଦାସକାଠିଆ ସମାବେଶରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ଜଣାଇବା ସହ ଦାସକାଠିଆ କଳାକାରମାନେ ମୋକ୍ଷ ପ୍ରଦାୟୀ ବ୍ୟକ୍ତିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ମହାସଂଘ ଉପ-ମହାସଚିବ ପ୍ରଦୀପ କୁମାର ସାହୁ ନିମନ୍ତ୍ରଣ ପତ୍ର ପାଠ କରିଥିବା ବେଳେ ଦାସକାଠିଆ ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୋଦ ଚନ୍ଦ୍ର ମିଶ୍ର, କୁଞ୍ଜ ବିହାରୀ ଦାଶ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସହ ସମ୍ପାଦକ ଆଲୋକ ବିଷୋୟୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମ୍ବାଦ ଓ ଆମଓଡିଶା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଚାଷୀ ପଞ୍ଜିକରଣ ନିୟମ ସରଳୀକୃତ କରିବା ପାଇଁ କୃଷକ ସଭାର ଦାବୀ

Sunil Chandra Nayak

୧୬୩ ତମ ଗଙ୍ଗାଧର ଜୟନ୍ତୀ ମହା ସମାରୋହ ରେ ପାଳିତ  କୁଳମଣି ସାହୁ ଙ୍କୁ ଗଙ୍ଗାଧର ମେହେର ସମ୍ମାନ

Sunil Chandra Nayak

Leave a Comment

error: Content is protected !!