ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ 

ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ 

ରାଉରକେଲା । ବିଜେପିର ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ୮୪ ବର୍ଷ ବୟସରେ ଗତ କାଲି ମଧ୍ୟ ରାତ୍ରୀରେ ତାଙ୍କ ବୀରମିତ୍ରପୁର, ଦୀନଦୟାଲ ଉପାଧ୍ୟାୟ ସଡ଼କସ୍ଥ ବାସଭବନରେ ପରଲୋକ ଗମନକରିଥିବା ଖବର ପାଇବା ମାତ୍ରେ ବିଜେପି ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ଶର୍ମା ତାଙ୍କର ରାଜନୈତିକ ଜୀବନ ଭାରତୀୟ ଜନସଂଘରୁ ଆରମ୍ଭ କରି ପରେ ବିଜେପି ସହିତ ପ୍ରାରମ୍ଭରୁ ଜଡ଼ିତ ରହି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ସେ ଜଣେ ଧର୍ମ ପରାୟଣ,ସମାଜ ସେବୀ , ଶାନ୍ତ ସ୍ଵଭାବ, ମେଳାପି ଓ ସୁସଂଗଠକ ଥିଲେ । ତାଙ୍କର ନିଧନରେ ବିଜେପିର ଅତୁଳନୀୟ କ୍ଷତି ଘଟିଲା ବୋଲି ଜିଲ୍ଲା ତରଫରୁ ପ୍ରକାଶ କରାଯାଇଛି। ଏହି ଦୁଃଖଦ ଖବର ପାଇ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଶୋକ ପ୍ରକାଶ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ ଏବଂ ଏହି ଦୁଃଖଦ ସମୟରେ ଭଗଵାନ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ଓ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଅନୁରୂପ ଶୋକ ପ୍ରକାଶ କରିଥିଲେ । ଆଜି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ , ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ପୂର୍ବତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ସମେତ ସମସ୍ତ ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ନେତ୍ରୁବୃନ୍ଦ ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପରମେଶ୍ବରଙ୍କୁ ପ୍ରାର୍ଥନା କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

masiha

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!