ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀବିଦ୍ୟାଧର ମହାନ୍ତ ଙ୍କ କବିତା ଶଙ୍କରା ଭରଣ

ଶଙ୍କରା ଭରଣ

 

ଅତୁଳ ମାଣିକ ରତ୍ନ

          ଶୋଭାର ସାଗର

କ୍ଷୀର ସମୁଦ୍ରକୁ ବଳି

       ରୂପ ରତ୍ନାକର

ପ୍ରାତଃ ପ୍ରଦୋଷର ଘନ

      ମେଘ ପ୍ରଭାକର

ସମ ଦିଶେ ରୂପକାଶେ

     ସୁନ୍ଦରୁ ସୁନ୍ଦର

 ଚିର ପୂଜ୍ୟ ଶିରୀ ଧର

ଚିର ହାସ୍ୟ ମୟ ବିମ୍ବ   

      ଓଷ୍ଠ ରଙ୍ଗାଧର |1|

 

ଗୋପପୁର ବ୍ରଜପୁର

     ରସିକ ଶେଖର

ତ୍ରିଭୁବନ ରସରାଜ

     ଗୋପାଙ୍ଗନା ବର,

ମୃଦୁ ମନ୍ଦ ବିମ୍ବାଧର

      ଶଙ୍ଖ ଚକ୍ର ଧର

କୋଟି କୋଟି ମଣି ନିଧି

      ନାହିଁ ପଟାନ୍ତର,

   ଗୋପୀ ବଲ୍ଲଭ ଶ୍ରୀଧର

ଗୋପୀ ଦୁଧ ଦହି ଚୋର

       ଶତ ବସ୍ତ୍ରହର |2|

 

କୋଟି କୋଟି ଦେବାସୁର

        ହୃଦୟ ଈଶ୍ୱର

ମମ ପ୍ରଣିପାତ ଘେନ

      ଜଗତ ଠାକୁର,

ଗୋପୀ ଜନ ହୃଦପଦ୍ମ

        ଚୁମ୍ବିତ ଭ୍ରମର

ତୁମ୍ଭ କର କରେ ରମ୍ୟ

  ….. ମଞ୍ଜୁଳ ଭାସ୍କର,

ଗୋପୀ ବଲ୍ଲଭ ତସ୍କର

ରସେରସେ ମନହର

        ରସିକ ନଗର |3|

 

ବୁଡ଼ିଗଲେ ଦିନକର

         ଶୋଇଲେ ନାଗର

ବଇଁଶୀ ବଜାଉ କୃଷ୍ଣ

     … କୁଞ୍ଜେ ନିରନ୍ତର,

ବଇଁଶିର ସୁରେହରୁ

   …. ପ୍ରାଣ ହୃଦୟର

      ଗୋପୀ ବଲ୍ଲଭ ହେ ପ୍ରଭୂ

ଗୋପୀଙ୍କ ମାନ ଇଜ୍ଜତ

        ଆଜି ରକ୍ଷାକର |4|

 

ଜଗତ ଠାକୁର ହରି

    …. ସୁମନ ସୁନ୍ଦର

ରାଧାକୁଚ କୁମ୍ଭ ଧର

         ଖୋଲି ଦୁଇ କର

ଗୋପୀ ବଲ୍ଲଭ ସୁନ୍ଦର

       ନମଃ ଶ୍ରୀପୟର

ଶରଣ ଯାଉଛି ପ୍ରଭୂ

       ଆଜି ବିଦ୍ୟାଧର

ଶରଣାଗତ କିଙ୍କର

ଚଲାପଥେ ଦୋଷ ଥିଲେ

           ନିରି ଦୋସ କର

 
ଶ୍ରୀବିଦ୍ୟାଧର ମହାନ୍ତ

ତମ୍ବାହରା, କେନ୍ଦୁଝର 

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଅବସର ପ୍ରାପ୍ତ ଶିକ୍ଷକ ଭି.ଆତୁ ରାଜୁ ପଟ୍ଟନାୟକଂକୁ ସମ୍ବର୍ଦ୍ଧନା

Sunil Chandra Nayak

ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!