ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ପରିବେଶ ଦିବସ ଅବସରରେ ରାଇରଙ୍ଗପୁର ଅବକାରୀ ବିଭାଗ କାର୍ଯ୍ୟାଳୟରେ ବୃକ୍ଷରୋପଣ 

ବିଶ୍ବ ପରିବେଶ ଦିବସ ଅବସରରେ ରାଇରଙ୍ଗପୁର ଅବକାରୀ ବିଭାଗ କାର୍ଯ୍ୟାଳୟରେ ବୃକ୍ଷରୋପଣ 

ମୟୂରଭଞ୍ଜ -୫/୦୬ — ଆଜି ବିଶ୍ବ ପରିବେଶ ଦିବସ । ବୃକ୍ଷ,, ଜଙ୍ଗଲ ନଷ୍ଟ ଯୋଗୁଁ ଜଳବାୟୁ ପ୍ରଭାବିତ ହେଉଛି । ଜଳ,ସ୍ଥଳ,ଆକାଶ ସବୁଠି ପରିବେଶ ପ୍ରଭାବିତ । ଜଳବାୟୁ ପରିବର୍ତ୍ତନ ହେଉଛି ।ସପ୍ତ ଋତୁ ର ପ୍ରଭାବ ନାହିଁ । ତାପମାତ୍ରା ୪୫ ଡିଗ୍ରୀ ମଧ୍ୟ ଛୁଇଁ ଲାଣି । ଗରମ ଓ ଗୁଳୁଗୁଳି ରେ ଜୀବଜନ୍ତୁ ଓ ମଣିଷ ସମାଜ ଛଟପଟ ହେଉଛି ।ନଦୀ,ନାଳ ଶୁଖିଲା । ପ୍ରତିବର୍ଷ ଶିଳ୍ପାୟନ ଓ ବିକାଶ ନାମରେ ହଜାର ହଜାର ଏକର ଜଙ୍ଗଲ ନଷ୍ଟ କରାଯାଉଛି । ଯାହାର ପ୍ରଭାବେ ପ୍ରକୃତି ଉପରେ ପଡୁଛି । ଜଳବାୟୁ ନିୟନ୍ତ୍ରଣ ପାଇଁ ଏକମାତ୍ର ବିକଳ୍ପ। ବୃକ୍ଷ ରୋପଣ ଏବଂ ଏହାର ସୁରକ୍ଷା ।

ଏହି ବିଶ୍ବ ପରିବେଶ ଦିବସ ଅବସରରେ ଆଜି ସକାଳ ୮.୦୦ ଘଟିକା ସମୟରେ ଜିଲ୍ଲା ଅବକାରୀ ବିଭାଗ, ମୟୁରଭଞ୍ଜ ଆନୁକୂଲ୍ୟରେ ଆଜି “ବିଶ୍ୱ ପରିବେଶ ଦିବସ” ଅବସରରେ ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହକାରୀ ବନ ସଂରକ୍ଷକ(ACF) ରଞ୍ଜନ କୁମାର ବେହେରାଙ୍କ ସହିତ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରା, ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ, ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି ପ୍ରଭୃତି ସାମିଲ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ ଉତ୍ସବ -୨୦୨୪/୨୫ ଅନୁଷ୍ଠିତ 

masiha

ବନ୍ଧୁଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଋଣ ଓ ଏସ ଏଚ ଜି ଙ୍କୁ ସୁଧ ଟଙ୍କା ଫେରସ୍ତ

masiha

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

masiha

Leave a Comment

error: Content is protected !!