ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାପଡା କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କର୍ଲାପଡା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ପାଞ୍ଚୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ୬ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ଦିନ ଶେଷ ହୋଇଛି,ପାଞ୍ଚୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଥମ ବର୍ଷ କଳା ବିଭାଗର ୬୦ ଜଣ ଛାତ୍ରୀ କୁ ଦୁଇ ଜଣ ମାଷ୍ଟର ଟ୍ରେନର ରିଜିନା ରାଉତ,ସ୍ରଦ୍ଧାଞ୍ଜଲି ମାଝୀ ୮ଦିନ ଧରି ସୁରକ୍ଷା ତାମିଲ ପ୍ରଦାନ କରିଛନ୍ତି । ଶ୍ରୀମତୀ ରଶ୍ମୀ ରେଖା ଦେଇ ଏହି କାର୍ଯ୍ୟକ୍ରମର ପରିଚାଲନା କରିଥିଲେ । ଏହି ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ପଟ୍ଟନାୟକ ସଭାପତିତ୍ବ କରିଥିଲେ , ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ (ସଦର ବ୍ଲକ ଚେୟାର ମେନ) ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁଷମା ସେନାପତି ଓ ସମିତି ସଭ୍ୟା ଶ୍ରୀମତୀ ପୁଷ୍ପିତା ମାଝୀ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ କଶ୍ୟପ ପ୍ରଧାନ ମଞ୍ଚକୁ ପରିଚାଳନା କରିଥିଲେ ଓ ସମସ୍ତ କର୍ମଚାରି ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କଲେ । ଶେଷରେ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ସଭା ସାଙ୍ଗ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

masiha

ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ                                              

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

masiha

Leave a Comment

error: Content is protected !!