ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକୁଲସେକୁଲ-ପୁଟିପାଳରେ ସ୍ପେଶାଲ ସ୍କ୍ରିନିଂ କ୍ୟାମ୍ପ

ଏକୁଲସେକୁଲ-ପୁଟିପାଳରେ ସ୍ପେଶାଲ ସ୍କ୍ରିନିଂ କ୍ୟାମ୍ପ

କାମାକ୍ଷାନଗର (ମନିସ)୭/୬/୨୫ —    ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକର ଏକ ଦୁର୍ଗମ ଅଂଚଳ ଏକୁଲସେକୁଲ ଏବଂ ପୁଟିପାଳ ଅଂଚଳ । ଦୁର୍ଗମ ପାହାଡ ଉପରେ ଥିବା ଏହି ଗାଁ ଉପରେ ସବୁବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ନଜର ରହିଥାଏ । ଏକୁଲସେକୁଲ ଏବଂ ପୁଟିପାଳରେ ଏହି ଅବସରରେ ସ୍ବତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ କରାଯାଇଥିଲା । ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ଆୟୁଷ ଡାକ୍ତରୀ ଟିମ୍ ଗସ୍ତ କରି ନବଜାତ ଶିଶୁ, ଏବଂ ୬ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କର ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଥିଲା। ଡାକ୍ତର ଅଜିତ କୁମାର ସାହୁ, ଡାକ୍ତର ବିଜୟାଲକ୍ଷ୍ମୀ ସାହୁ ଏବଂ ଫାର୍ମାସିଷ୍ଟ ରାଜଲକ୍ଷ୍ମୀ ସାହୁଙ୍କୁ ନେଇ ଟିମ୍ ପୁରା ସ୍ବାସ୍ଥ୍ୟଯାଞ୍ଚ କରିଥିଲା । ଏହି ଉପାନ୍ତ ଅଂଚଳକୁ ଏବେ ବି ବିକାଶ ଭଲ ଭାବେ ଛୁଇଁ ନଥିବା ବେଳେ, ପାହାଡ ଉପର ଜଙ୍ଗଲିଆ ଗାଁରେ ଏହି ସ୍ବାସ୍ଥ୍ୟ ଟିମ୍ ବର୍ଷର ବିଭିନ୍ନ ସମୟରେ ଗସ୍ତ କରି ସ୍ବାସ୍ଥ୍ୟସେବା ପହଁଚାଇଥାଏ। ଏଥର ସ୍କ୍ରିନିଂର ଫୋକସରେ ରହିଥିଲେ ନବଜାତ ଶିଶୁମାନେ । ନବଜାତ ଶିଶୁମାନଙ୍କର କିପରି ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି, ସେମାନଙ୍କଠାରେ କେଉଁ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖା ଦେଉଛି, ସ୍କ୍ରିନିଂ ସମୟରେ ଠିକଣା ଯାଞ୍ଚ କରିଥିଲା ସ୍ବାସ୍ଥ୍ୟ ଟିମ୍ । ନବଜାତ ସହିତ ମାଆମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା । ସେହିପରି ଏକୁଲସେକୁଲ ଏବଂ ପୁଟିପାଳରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ସମସ୍ତ ଶିଶୁମାନଙ୍କର ସ୍ବାସ୍ଥ୍ୟ ସ୍କ୍ରନିଂ କରାଯାଇଥିଲା । ଏକୁଲସେକୁଲ ଏବଂ ପୁଟିପାଳରେ ପ୍ରାୟ ୧୪୦ରୁ ଅଧିକ ଶିଶୁଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଥିଲା । ଏହି ଅବସରରେ ସ୍ବାସ୍ଥ୍ୟଜନିତ ସମସ୍ୟା ଥିବା ପିଲାଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ଔଷଧ ବଣ୍ଟନ କରାଯିବା ସହିତ, ଆଗାମୀ ଚିକିତ୍ସା ପାଇଁ ସେମାନଙ୍କର ଅଭିଭାବକଙ୍କୁ ହେଲଥ୍ ଟିମ୍ ପରାମର୍ଶ କରିଛି । ସବୁଠାରୁ ବଡ କଥା ଏହି ଗସ୍ତ ସମୟରେ ଅନେକ ସ୍ଥାନରେ ହେଲଥ୍ ଟିମ୍ ରାସ୍ତାରୁ ପଥର ବାହାର କରି, ପାହାଡ଼ ଚଢି ଦୁର୍ଗମ ଗାଁରେ ପହଁଚିଥିଲା । ଆଇସିଡିଏସ୍ ଏବଂ ଆରବିଏସକେ ପକ୍ଷରୁ ମିଳିତ ଭାବେ ଏହି ସ୍ବାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ କରାଯାଇଥିଲା । ଡାକ୍ତର ଅଜିତ କୁମାର ସାହୁ, ଡାକ୍ତର ବିଜୟାଲକ୍ଷ୍ମୀ ସାହୁ, ଫାର୍ମାସିଷ୍ଟ ରାଜଲକ୍ଷ୍ମୀ ସାହୁ, ଏଏନଏମ ପଦ୍ମିନୀ ଖଟୁଆ, ଆଇସିଡିଏସର ସୁପରଭାଇଜର ପୂଜା ନନ୍ଦ, ପରିବହନ ଚାଳକ ଉଦୟ ନାୟକ, ଏବଂ କଙ୍କଡାହାଡ ବ୍ଲକର କିଛି ବ୍ଲକ ଷ୍ଟାଫ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତୃତୀୟ ଚିତ୍ତରଞ୍ଜନ ଟ୍ରଫି ଉଦଯାପିତ, ମୁଣ୍ଡମରାଇ ଚାମ୍ପିଅନ

masiha

ଗୋରୁମହିଷାଣୀ ଥାନା ! ବିଲରେ ଧାନପିଟା ଯନ୍ତ୍ର ଓଲଟି ଯୁବକ ମୃତ

masiha

ରାଜସ୍ବ ଅମଲା ସଙ୍ଘ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ରାଇରଙ୍ଗପୁର ତହସିଲଦାର ଙ୍କୁ ସ୍ୱାଗତ ସମର୍ଦ୍ଧନା

masiha

Leave a Comment

error: Content is protected !!