ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ

ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ 

ନବରଙ୍ଗପୁର:( ୯|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସାଇ କଲ୍ୟାଣ ମଣ୍ଡପ ନୂଆବନ୍ଧ ସାହିରେ ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ ସମାଜର ସଭାପତି ବାଙ୍କବିହାରୀ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି ! ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଶୌଣ୍ଡିକ ସମାଜର ଉନ୍ନତି କାମନା କରିବା ସହ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ଓ ଯେକୌଣସି ଜାତି ସଂଗଠିତ ହୋଇ ନିଜ ଜାତିର ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକସ୍ତରରେ ଉପରକୁ ନେବାରେ ସ‌ହଯୋଗ କରିବା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ପଦକ୍ଷେପ, କୁସଂସ୍କାରକୁ ଦୂରେଇ ସବୁ କ୍ଷେତ୍ରରେ ଆଗୁଆ ହୋଇ ନିଜ ଜାତିକୁ ନେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କର ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ। ଏହି ଅବସରରେ ସମାଜର ଭବନ ନିର୍ମାଣ ପାଇଁ ସାଂସଦ ବଳଭଦ୍ର ମାଝୀ ତାଙ୍କ ପାଣ୍ଠିରୁ ୧୦ ଲକ୍ଷ, ବିଧାୟକ ଗୌରୀଶଙ୍କର ମାଝୀ ୫ ଲକ୍ଷ ଅନୁଦାନ ଦେବେ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ | ସେହିପରି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରୁ ୫ ଲକ୍ଷ ଅନୁଦାନ ମିଳିସାରିଛି ବୋଲି ମନ୍ତ୍ରୀ କହିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା,ଜିଲ୍ଲା ଶୌଣ୍ଢିକ ସମାଜ, ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାଶ, ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ ଯୁବ ସଭାପତି ମଙ୍ଗରାଜ ସାହୁ, କୋରାପୁଟ ଜିଲ୍ଲା ସଭାପତି ମାଧବ ଚୌଧୁରୀ, ରାଜ୍ୟ ଉପଦେଷ୍ଟା ପରମେଶ୍ବର ବିଷୋୟୀ, ସମାଜସେବୀ ଜେମାମଣି ବିଷୋୟୀ ପ୍ରମୁଖ ଯୋଗଦେଇଥିଲେ !ଶ୍ରୀ ହରେକୃଷ୍ଣ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ | ଏହି ଅବସରରେ ମେଣ୍ଡ୍ରିର ଗୌତମ ବିଷୋୟୀ ମୁମ୍ବାଇ ଆଇଆଇଟିରେ ପଢ଼ିବାକୁ ସ୍ଥାନ ପାଇଥିବାରୁ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଵହଳଦାରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ,ଅପମିଶ୍ରିତ ଖାଦ୍ୟ ଏବଂ ବିଷାକ୍ତ ମାଦକ ଦ୍ରଵ୍ଯ ବିରୋଧରେ ସଚେତନତା ରଥ ଗଡିଲା

masiha

ସ୍ଵାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!