ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

ଏପରି ଗୁରୁତର ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଘୁଛେପାଳି ଗାଁରୁ । କେବେଳ ଯେ ଶ୍ରମିକ ନିଜ ପରିଶ୍ରମିକ ପାନଥିବା ଅଭିଯୋଗ ଆସିଛି ତାହା ନୁହେ ମହିଳା ସରପଞ୍ଚଙ୍କ ସ୍ଵାମୀ ଶିଶୁଦେବ ପଟେଲ ଶ୍ରମିକ ମାନଙ୍କ ଠାରୁ ଟଙ୍କା ନେଇଥିବା ମଧ୍ୟ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ବିଡିଓ ତଦନ୍ତ ଆରମ୍ଭ କରିଛନ୍ତି ।

ଶ୍ରମିକ ମାନେ ମନରେଗା ଯୋଜନାରେ ମାଟି କାମ କରିଛନ୍ତି । ଗାଁର ୨୦ ରୁ ୩୦ ମହିଳା ପୁରୁଷ ମାଟି କାମ କରିଥିବା ବେଳେ ସେମାନେ ନିଜର ପରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି । ଶ୍ରମିକ ମାନେ ପାଟଣାଗଡ ବିଡିଓଙ୍କ ଅଫିସ ପହଞ୍ଚି ନିଜର ଅଭିଯୋଗ ଆପତ୍ତି ଶୁଣାଇଥିଲେ । ଶ୍ରମିକ ମାନଙ୍କ ମଧ୍ୟରୁ କିଛି ଶ୍ରମିକ ତାଙ୍କ ପରିଶ୍ରମିକ ପାଇନଥିବ ଅଭିଯୋଗ କରିଥିବା ବେଳେ କିଛି ଶ୍ରମିକ ସରପଞ୍ଚଙ୍କ ସ୍ଵାମି ବିଲ କରି ଦେବ ନାରେ ଶ୍ରମିକ ମାନଙ୍କ ଠାରୁ ଟଙ୍କା ନେଇଥିବା ମଧ୍ୟ ଶ୍ରମିକ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ସ୍ଵାମୀ ୧୫ ହଜାର ଟଙ୍କା ଶ୍ରମିକ ମାନଙ୍କୁ ମାଗିଥଲେ ଯଦି ଟଙ୍କା ନଦେଲେ ଏହି କାମ ମେସିନରେ କାରଜୀବ ବୋଲି ଧମକ ଦେଇଥିଲେ । ତେବେ ଶ୍ରମିକ ମାନେ ବାଧ୍ୟ ହୋଇ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ହୋଇ ୫ ହଜାର ଟଙ୍କା ସରପଞ୍ଚଙ୍କ ସ୍ଵାମୀକୁ ଦେଇଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ଶ୍ରମିକ ମାନଙ୍କ ଅଭିଯୋଗ ପାଇବା ପରେ ବିଡିଓ ସୁମନ ମିଞ୍ଜ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ପଂଚାୟତ ଅଫିସରେ ଶ୍ରମିକ ମାନଙ୍କୁ ଡକାଇ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ । ଏହି ସମୟରେ ଶ୍ରମିକ ମାନେ ନିଜ ନିଜ ଅଭିଯୋଗ କହିବା ସହ କିଛି ସମୟ ଶ୍ରମିକ ମାନଙ୍କ ହୋ ହଲ୍ଲା ମଧ୍ୟ ଦେଖିବାକୁ ମିଳିଥିବା । ମହିଳା ସରପଞ୍ଚଙ୍କ ସ୍ଵାମୀ ଉପସ୍ଥିତିରେ ତାଙ୍କୁ କିଛି ଶ୍ରମିକ ଟଙ୍କା ଦେଇଥିବା ସିଧା ସଳଖ ଅଭିଯୋଗ କରିଥିଲେ । ମହିଳା ସରପଞ୍ଚଙ୍କ ସ୍ଵାମୀ ପଞ୍ଚାୟତ ର ସବୁ କାମ ଦେଖୁଥିବା ବେଳେ ସେ ଟଙ୍କା ମାଗିନଥିବା କହିଛନ୍ତି । ଅନ୍ୟ ପକ୍ଷରେ ପଂଚାୟତ କତୃପକ୍ଷ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ବିଡିଓ ଙ୍କୁ ପଚାରିବାରୁ ଶ୍ରମିକ ମାନଙ୍କ ଅଭିଯୋଗକୁ ନେଇ ତଦନ୍ତ କରାଯାଇଛି । ମୁଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବି ଏବଂ ମହିଳା ସରପଞ୍ଚଙ୍କ ସ୍ଵାମୀ ନାଁ ରେ ଯାହା ଅଭିଯୋଗ ଆସୁଛି ତାହା ଜିଲ୍ଲାପାଲଙ୍କ ଦ୍ରୁଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଷାକ୍ତ ସାପ କାମୁଡାରେ ମହିଳା ମୃତ 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ 

masiha

ମିକ୍ସଚର ମେସିନ ରେ ହାତ କଟି ଶ୍ରମିକ ଗୁରୁତର

Sunil Chandra Nayak

Leave a Comment

error: Content is protected !!