ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡ଼ା ; ସେଗାସାହି ସ୍ଥିତ ଏମଏନଏସ ଖଣିକତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ଖିଲାପ ବିରୋଧରେ ସିଆଇଟିୟୁ ପକ୍ଷରୁ ବିଶାଳ ଶ୍ରମିକ ସମ୍ମିଳନୀ 

କୋଇଡ଼ା ; ସେଗାସାହି ସ୍ଥିତ ଏମଏନଏସ ଖଣିକତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ଖିଲାପ ବିରୋଧରେ ସିଆଇଟିୟୁ ପକ୍ଷରୁ ବିଶାଳ ଶ୍ରମିକ ସମ୍ମିଳନୀ 

କୋଇଡା :  ସୁନ୍ଦରଗଡ଼ ଜିଲ୍ଲାର -କୋଇଡା ଖଣି ମଣ୍ଡଳ ମନମୁଖୀ ଓ ଅନ୍ତର୍ଗତ ସେଗାସାହି ସ୍ଥିତ ଏଏମଏନଏସ ଖଣି କତୃପକ୍ଷ ଙ୍କ ମନମୁଖୀ କାର୍ଯ୍ୟକଳାପ କୁ ବିରୋଧ କରି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱ ରେ ଏକ ବିରାଟ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I କାଂହୁସାହି ସ୍ଥିତ ଫୁଟବଲ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ମିତ୍ତଲ ଖଣି ସଂଲଗ୍ନ ସେଗାସାହି, କାଂହୁସାହି ଏବଂ କଳମଙ୍ଗ ଗ୍ରାମ ର ଶତାଧିକ ଶ୍ରମିକ ଏବଂ ଗ୍ରାମବାସୀ ଯୋଗଦାନ କରିଥିଲେ I ଏହି ସମ୍ମିଳନୀ ରେ ସିଆଇଟିୟୁ ର ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା କୋଇଡା ବ୍ଲକ ଅଧକ୍ଷ ସୁରେଶ ନାଏକ କୋଇଡା କ ଜିଲ୍ଲା ପରିଷଦ ସୁଶୀଳା ମୁଣ୍ଡା, ସମାଜ ସେବୀ ଡକ୍ଟର ବାଦଲ ବାରିକ, ଏବଂ ସିଆଇଟିୟୁ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ I ସୂଚନା ଥାଉ କି ଗତ ୨୦୨୪ ମସିହା ଅକ୍ଟୋବର ୩୦ ତାରିଖ ଦିନ ଜିଲ୍ଲା ପ୍ରଶାସନ ଉପସ୍ଥିତି ରେ ଆର୍ସେଲର ମିତ୍ତଲ ଆଣ୍ଡ ନିପ୍ପନ ଷ୍ଟିଲ ଖଣି କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀ ଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା କୁ ଖଣି କତୃପକ୍ଷ ଦୀର୍ଘ ଆଠ ମାସ ବିତି ଯାଇଥିଲେ ମଧ୍ୟ୍ୟ କାର୍ଯ୍ୟକାରୀ କରୁନଥିବା ର ଅଭିଯୋଗ ଆଣିଛନ୍ତି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା I ଖଣି କତୃପକ୍ଷ ଚଳିତ ଜୁନ ମାସ ୨୪ ତାରିଖ ମଧ୍ୟରେ ଏହି ଚୁକ୍ତିନାମା କୁ କାର୍ଯ୍ୟକାରୀ ନ କଲେ ୨୪ ତାରିଖ ଦିନ ଖଣି ଉତ୍ତୋଳନ ଓ ପରିବହନ କାର୍ଯ୍ୟ କୁ ସମ୍ପୂର୍ଣ ରୂପେ ଠପ କରାଯିବା ସହିତ ପାଇପ ଲାଇନ ଯୋଗେ ମାଲ ପରିବହନ କାର୍ଯ୍ୟ କୁ ସମ୍ପୂର୍ଣ ରୂପେ ବିରୋଧ କରାଯିବା ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଚେତାବନୀ ଦେଇଥିବା ବେଳେ ଆନ୍ଦୋଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ପରିପ୍ରକାଶ କରିଛନ୍ତି I ପ୍ରମୁଖ ଦାବୀ ଗୁଡିକ ମଧ୍ୟ୍ୟ ରେ ୧୦୦ ଜଣ ଛଟେଇ ଶ୍ରମିକ ଙ୍କୁ ତୁରନ୍ତ ନିଯୁକ୍ତି,ପରିବହନ କାର୍ଯ୍ୟ ରେ ସ୍ଥାନୀୟ ଦୁଇ ଗୋଟି ପରିବହନ ସଂସ୍ଥା କୁ ତୁରନ୍ତ ନିୟୋଜିତ କରିବା,ଶ୍ରମିକ ଓ ଗ୍ରାମବାସୀ ଙ୍କ ପାଇଁ ଚିକିତ୍ସା କେନ୍ଦ୍ର ର ସ୍ଥାପନା ଓ କୋଇଡା ଠାରୁ କଳମଙ୍ଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ଆରମ୍ଭ କରିବାକୁ ପ୍ରାଥମିକତା ଦିଆଯାଇଛି I ଆଇନ ଶୃଙ୍ଖଳା କୁ ଦୃଷ୍ଟି ରେ ରଖି କୋଇଡା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ନେତୃତ୍ୱ ରେ ଦୁଇ ପ୍ଲାଟୁନ ପୋଲିସ ବାହିନୀ ମୃତୟନ ଥିଲେ I

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂତନ ସାଇକେଲ ଷ୍ଟାଣ୍ଡ ଉଦଘାଟିତ

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

masiha

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

Leave a Comment

error: Content is protected !!