ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଅଂଚଳର‌ ଯୁଵ ସାମାଜିକ କର୍ମୀ ସୁଶାନ୍ତ ମହାନ୍ତି( ବାବୁଲି) ଙ୍କ ହୃଦଘାତ ମୃତ୍ୟୁରେ ବିଶୋଇରେ ଶୋକରେ ଛାୟା ; ଗଭୀର ଶ୍ରଦ୍ଧାଞ୍ଜଳୀ

ବିଶୋଇ ଅଂଚଳର‌ ଯୁଵ ସାମାଜିକ କର୍ମୀ ସୁଶାନ୍ତ ମହାନ୍ତି( ବାବୁଲି) ଙ୍କ ହୃଦଘାତ ମୃତ୍ୟୁରେ ବିଶୋଇରେ ଶୋକରେ ଛାୟା ; ଗଭୀର ଶ୍ରଦ୍ଧାଞ୍ଜଳୀ

 ମୟୂରଭଂଜ – ୧୪/୦୬ — ମୟୂରଭଂଜ ଜିଲ୍ଲାର ବିଶୋଇ ଅଂଚଳର ଜଣେ ଜଣାଶୁଣା ସାମାଜିକ କର୍ମୀ ଶୁଶାନ୍ତ ମହାନ୍ତି(୪୨) ଙ୍କ ବୁଧବାର ରାତିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ବୁଧବାର ଦିନ ସେ ରାଇରଙ୍ଗପୁର ଆସି ବିଧାୟକ ଜଲେନ ନାୟକଙ୍କୁ ସାକ୍ଷାତ କରି ବିଶୋଇ ସନ୍ଧ୍ଯାରେ ଫେରି ଯାଇଥିଲେ ।ପରେ ରାତି ୮ ଟାରେ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ ।ତାଙ୍କୁ ବିଶୋଇ ଡାକ୍ତରଖାନା ନିଆଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ସେ ଜଣେ ବିଶିଷ୍ଟ ଯୁବ ସମାଜସେବୀ ତଥା ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ହାଁସଦା ଙ୍କ ଅନୁଗତ,ଵିଭିନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।ତାଙ୍କର ଦେହାନ୍ତ ଯୁବ ମହଲରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।ତାଙ୍କ ଦେହାନ୍ତ ଖବର ଶୁଣି ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ହାଁସଦା,ସାରସକଣା ବିଧାୟକ ଭାଦବ ହାଁସଦା,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିବ ମହାନ୍ତି, ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ହାଁସଦା ,ବରିଷ୍ଠ କଂଗ୍ରେସ ନେତା ସୁବାଷ ପାତ୍ର,ବ୍ଳକ ଅଧ୍ୟକ୍ଷା ତୁଳସି ସିକ୍ରୀ,ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁ ସ୍ମିତା ଦେଓ,ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ,ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ବୁଦ୍ଧିଜିବୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଜଣାଇଥିଲେ ।ତାଙ୍କର ଶେଷକୃତ୍ୟ ବିଶୋଇ ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯାଇଛି ।ସେ ଜଣେ ସ୍ମିତହାସ୍ୟ,ପରୋପକାରୀ ,ହୃଦୟବାନ ମିଷ୍ଟଭାଷୀ ଯୁବକ ଥିଲେ ।ଵିଶୋଇରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ  ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ – ଜିଲ୍ଲାପାଳ 

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ

Sunil Chandra Nayak

ସିଂଲା ରେ ମାନବ ଅଧିକାର ଫୋରମ୍ ର ବସ୍ତା ବ୍ଲକ୍ ଶାଖା ଗଠିତ

Sunil Chandra Nayak

Leave a Comment

error: Content is protected !!