ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଦୋଗୁଡା ପିଡବ୍ଲୁଡି ରାସ୍ତାରୁ କୁସୁମଜୋର ରାସ୍ତା ଶୋଚନୀୟ

କୋଦୋଗୁଡା ପିଡବ୍ଲୁଡି ରାସ୍ତାରୁ କୁସୁମଜୋର ରାସ୍ତା ଶୋଚନୀୟ

ଜୁନାଗଡ଼ ୧୫/୬ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ପଞ୍ଚାୟତର କୋଦୋଗୁଡା ପିଡବ୍ଲୁଡି ମୁଖ୍ୟ ରାସ୍ତାରୁ କୁସୁମଜୋର ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି ।ଦୀର୍ଘ ବର୍ଷ ହେଲା ଏହି ରାସ୍ତାର ମରାମତି ନ ହେବାରୁ ରାସ୍ତା ରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।ରାସ୍ତାଟି ସମତଳ ନ ଥିବାରୁ ଯିବା ଆସିବାରେ ଅନେକ ଅସୁବିଧା ଦେଖା ଦେଉଛି ।ଏହି ରାସ୍ତାଟି ପିଡବ୍ଲୁଡି ମୁଖ୍ୟ ରାସ୍ତାରୁ ପ୍ରାୟ ୧ କିମି ଦୂର ଅଟେ ଯାହାକି କୁସୁମଜୋର କୁ ସଂଯୋଗ କରିଛି ।ଏହି ରାସ୍ତା ଦେଇ ଚାଷୀମାନେ ନିଜ ଚାଷ କାମ ପାଇଁ ଯାଇ ଥାନ୍ତି । ବର୍ତ୍ତମାନ ଆଗକୁ ବର୍ଷା ଋତୁ ଆସୁଛି ।ଏଣୁ ବର୍ଷା ଋତୁ ଆଗମନ ପୂର୍ବରୁ ଏହି ରାସ୍ତାର ମରାମତି କରାଗଲେ ଲୋକେ ସୁବିଧାରେ ନିଜ ଚାଷ ଜମିକୁ ଯାଇ ପାରନ୍ତେ ମାତ୍ର ଏହି ରାସ୍ତା ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି ।ଯାହା ଫାକରେ ରାସ୍ତାଟି ଦଦର। ଅବସ୍ଥାରେ ପଡି ରହିଛି ।ଏଣୁ ଅତିଶୀଘ୍ର ଏହାର ମରାମତି ପାଇଁ ସାଧାରଣରେ ଦାବୀ ହେଉଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଵଡାମତଳିଆ ଉଚ୍ଚ ବିଦ୍ୟାଳୟରେ ବିଜାତଳା ବ୍ଳକ ସ୍ତରୀୟ ‘ସୁରଭି ଓ ମିଲେଟସ’ କାର୍ଯ୍ୟକ୍ରମ 

masiha

ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!