ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ସଚେତନତା କାର୍ଯ୍ୟକ୍ରମ

ଆଇନ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତା; ୧୫.୦୬.୨୦୨୫ ରିଖ ରବିବାର ଦିନ କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧୁକରଣ ପରିସର ଠାରେ ଆଜି ବିଶ୍ଵ ବୟସ୍କ ନିର୍ଯାତନା ସଚେତନ‌ତା ଦିବସ ପାଳିତ ହୋଇଯାଇଛି ।ଏହି ଦିବସରେ ବୟସ୍କ ବ୍ୟକ୍ତିବିଷେଶଙ୍କ ପାଇଁ ବିଭିନ୍ନ ଆଇନ ସହାୟତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ଆଇନ ସେବା ପ୍ରାକରଣର ଟୋଲ୍ ଫ୍ରି ନମ୍ବର ୧୫୧୦୦ ଓ ରାଜ୍ୟ ଆଇନ ସେବା ପ୍ରାଧୁକରଣ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରାଯାଇଥିଲା । ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, କଳାହାଣ୍ଡି, ସ୍ନିଗଧା ପଣ୍ଡା, ଅଧକ୍ଷ୍ୟ, ଶ୍ରୀ ବିଜୟ କୁମାର ହୋତା, ସଚିବ, ଗିରିଜା ସଙ୍କର ବେହେରା, ବରିଷ୍ଠ ନାଗରିକ ମଞ୍ଚ କଳାହାଣ୍ଡି ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ,ଚିଫ୍ ଲିଗାଲ ଏଡ୍ ଡିଫେନ୍ସ୍ କାଉନସିଲ୍,ଡେପୁଟି ଚିଫ୍, ଲିଗାଲ ଏଡ୍ ଡିଫେନ୍ସ୍ କାଉନସିଲ, ଆସିଷ୍ଟାଣ୍ଟ ଲିଗାଲ ଏଡ୍ ଡିଫେନ୍ସ୍ କାଉନସିଲ, ଫ୍ରଣ୍ଟ ଅଫିସ ରିଟେନର ଶ୍ରୀମତି ଦିପ୍ତିରାଣି ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜାତୀୟ ଆଇନ ସେବା ପ୍ରାଧୀକରଣ ଟୋଲଫ୍ରି ନମ୍ବର ବିସୟରେ ଅବଗତ କରାଇବା ସହ ବିଭିନ୍ନ ଅସୁବିଧା ସମୟରେ ଏହି ନମ୍ବରର ସାହାର୍ଯ୍ୟ ନେବାପାଇଁ କହିଥିଲେ । ଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥି ମାନେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ 

 

Related posts

ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!