ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ପୋପ୍ ‘। ଉକ୍ତ କବିତାଟି ଡ଼ ନିଆଲ ଙ୍କ ‘ପୋପ୍’ ଫ୍ରାନସିସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅଟେ ।ଏହି କବିତାକୁ ଇଟାଲୀ ଭାଷାରେ ଇଟାଲୀର ବହୁ ଚର୍ଚ୍ଚିତ କବି ଇମାନୁଏଲା ରିଜୋ ଅନୁବାଦିତ କରିଛନ୍ତି ।କବି ରିଜୋ ଇଟାଲୀରେ ଅଧ୍ୟୟନ କରିବା ସହ ଇଟାଲୀ ସ୍ଥିତ ବିଭିନ୍ନ ସାହିତ୍ୟିକ ସଂଗଠନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହ ତାଙ୍କର ଲିଖିତ କବିତା ଗୁଡିକ ବିଶ୍ୱ ର ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହୋଇଛି। ସୂଚନା ଯୋଗ୍ୟ ଯେ, ଡ଼. ନିଆଲଙ୍କର କବିତା ବିଶ୍ୱର ୨୪ଟି ଭାଷାରେ ଅନୁଦିତ ହୋଇସାରିଛି। ଏହା ବ୍ୟତୀତ ଲକଡାଉନ କବିତା ସଂକଳନ ୫ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ପ୍ରକାଶିତ ହେବା ସ୍ଥଳେ ଏହାର ଏକ ଅନ୍ତଃରାଷ୍ଟ୍ରୀୟ ସମୀକ୍ଷା ପୁସ୍ତକ ମଧ୍ୟ ପ୍ରକାଶନ ହୋଇସାରିଛି ଏବଂ ତାଙ୍କ ପ୍ରଥମ କବିତା ଲକଡାଉନ ଆନ୍ତର୍ଜାତିକ ଇଟାଲୀ ଭାଷାରେ ପ୍ରଥମେ ଅନୁଦିତ ହେଇଥିଲା । ଏହା ବ୍ୟତୀତ ବିଶ୍ୱର ପ୍ରମୁଖ ସାହିତ୍ୟ ପତ୍ରିକା ରାଇଟର ଇଣ୍ଟରନେସନାଲ ଏଡିସନର କାର୍ଯକାରୀ ସମ୍ପାଦକ ଏବଂ ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ୨୦୨୫ ଭାରତର ଅଧ୍ୟକ୍ଷ ଭାବରେ ଡ଼ ନିଆଲ ମନୋନୀତ ହେଇଛନ୍ତି। ତାଙ୍କ କବିତା ପୁଣି ଇଟାଲୀ ଭାଷାରେ ଅନୁଦିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି । 

Related posts

ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ

Sunil Chandra Nayak

ସାଂସଦ ସପ୍ତଗିରିଙ୍କ ଶହୀଦ ମିନାର ପ୍ରଦର୍ଶନ

ପାହାଡପୁରରେ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଶ୍ୟାମ ଚରଣଙ୍କୁ ନବମ ଶ୍ରାଦ୍ଧ ବାର୍ଷିକ ଧୂମଧାମରେ ପାଳିତ 

Sunil Chandra Nayak

Leave a Comment

error: Content is protected !!