ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା ପୁରସ୍କୃତ

ରାୟଗଡା:୨୯/୪- ମ.ନି.ସ:- ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା “ଇଣ୍ଡିଆ ଟୁଡେ” ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାପଦଣ୍ତରେ ଶୀର୍ଷରେ ରହିବା ପରେ ଏହି ଜିଲ୍ଳାକୁ ପୁରସ୍କୃତ କରାଯାଇଛି। ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ଯାଳୟର କର୍ମଚାରୀ ଓ ଅଧିକାରୀ ମାନେ ସାମାଜିକ ସୁରକ୍ଷା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିଦ୍ଧବା ଭତ୍ତା, ମଧୂବାବୁ ପେନସନ ଯୋଜନା, ବିକଳାଙ୍ଗ ଭତ୍ତା ଓ ସଶକ୍ତି କରଣ କାର୍ଯ୍ଯ କ୍ଷେତ୍ରରେ ବହୁ କୃତିତ୍ୱ ହାସଲ କରିଛନ୍ତି। ଇଣ୍ଡିଆ ଟୁଡେ ପକ୍ଷରୁ କିଟ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଇଣ୍ତିଆ ଟୁଡେ ଗ୍ରୃପ ଇଡିଟର ଶ୍ରୀ ରଜଚଙ୍ଗସ୍ପା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଯୁଗୋଳ କିଶୋର ଜେନାଙ୍କ ରିପୋର୍ଟ

Related posts

ବରିଷ୍ଠ ବ୍ୟକ୍ତି ଙ୍କ ପରଲୋକ ରେ ଭୂବନ ଅଞ୍ଚଳ ରେ ଶୋକ ର ଛାୟା

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେସିଙ୍ଗା ବଲାଙ୍ଗୀର ବିଦ୍ୟୁତ କେଭି ଲାଇନ ଉଦଘାଟିତ.

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

Leave a Comment

error: Content is protected !!