ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

ରାୟଗଡ଼ ତା-୧୭-୬-୨୦୨୫ -+      ରାୟଗଡ଼ ବ୍ଳକ ବିକାଶ ବାହନ ମଙ୍ଗଳବାର ଦିନ ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ପ୍ରଚାର କରିଛି। ବିକାଶ ରଥକୁ ପଞ୍ଚାୟତ ବାସୀ ସ୍ବାଗତ କରିବା ସହ ଏଲଇଡି ମାଧ୍ଯମରେ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ ।

     ଷ୍ଟଲ ମାଧ୍ୟମରେ ମୂଖ୍ଯମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ବିଷୟରେ ସଚେତନ କରାଯାଇଥିଲା । ତିନିଗୋଟି ଗ୍ରାମ ପଞ୍ଚାୟତରେ ମୋଟ ବତିଶିଟି ଆବାସ ଯୋଜନାର କାର୍ଯ୍ଯାଦେଶ, ଏଗାରଟି ଜବକାର୍ଡ, ଦଶଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, ସାଠିଏଟି ବୟୋ ବନ୍ଦନା ସ୍ବାସ୍ଥ୍ୟକାର୍ଡ, ଚବିଶିଟି ବ୍ଯକ୍ତିଗତ ଓ ତିନୋଟି ସାମୁହିକ ଜଙ୍ଗଲ ଅଧିକାର ଆଇନ ପଟ୍ଟା,ତିନୋଟି ନୁତନ ବାର୍ଦ୍ଧକ୍ଯ ଭତ୍ତା, ଏକୋଇଶିଟି ଆଧାର ପଞ୍ଜିକରଣ ଓ ଚାଳିଶି ଗୋଟି ମାଁପାଇଁ ଗଛଟିଏ ରୋପଣ କରାଯାଇଥିଲା ।

       ପିପିଲିଗୁଡା ସରପଞ୍ଚ ରେଣୁକା ମାଣ୍ଡାଙ୍ଗୀ, କାରୁବାଇ ସରପଞ୍ଚ ମାରୀଆ ସିରିକା ଓ ବାଇସିଙ୍ଗି ସରପଞ୍ଚ ବିରିମା ମାଝୀ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି , ସରକାରୀ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି ଓ ଆଶା କର୍ମୀ ବ୍ଲକ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ

Sunil Chandra Nayak

ଉଦଯାପିତ ହେଲା ବୈଶାଖୀ ମହୋତ୍ସବ

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

masiha

Leave a Comment

error: Content is protected !!