ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଡ଼ିଆରେ ହାତୀ ଉପଦ୍ରବରେ ଚାଷୀ ସର୍ବସ୍ବାନ୍ତ ; ଘର ଭାଙ୍ଗି ଧାନ,ଚାଉଳ ଖାଇ ଦେଲା ; ଚାଷୀ ମୁଣ୍ଡରେ ଚଡକ

ଯୁଡ଼ିଆରେ ହାତୀ ଉପଦ୍ରବରେ ଚାଷୀ ସର୍ବସ୍ବାନ୍ତ ; ଘର ଭାଙ୍ଗି ଧାନ,ଚାଉଳ ଖାଇ ଦେଲା ; ଚାଷୀ ମୁଣ୍ଡରେ ଚଡକ

 ମୟୂରଭଂଜ – ୧୭/୦୬ —  ଗଜରାଜ ଏବେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି ।ହାତୀର ଵାସ ସ୍ଥାନରେ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି । ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ନିର୍ଦୟ ହୋଇ ପଡିଛି ।ଖଣି ଖାଦାନ ଯୋଗୁଁ ଏକର ଏକର ଜଙ୍ଗଲ ଜମି ନଷ୍ଟ ହେଉଛି ।ହାତୀ ଵେଘର ହୋଇ ପଡ଼ିଛି । ବାସ ହରା ହାତୀକୁ ସୁରକ୍ଷା ଦେବ କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା ଦେଇଛି ।ବାଧ୍ୟ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି ତଦସହ ମଣିଷର ଜୀବନ ନେଉଛି । ଦିନ ଥିଲା ହାତୀ ମଣିଷର ବଂଧୁ ‌; ହାତୀ ମେଳା ସାଥୀ । ଏବେ ହାତୀ ସାଜିଛି ମଣିଷର ବଇରୀ ।ହାତୀ ମଣିଷର ଲଢେଇ ଚାଲିଛି ।କେଉଁଠି ହାତୀକୁ ମାରି ଦିଆଯାଉଛି ତ କେଉଁଠି ହାତୀ ମଣିଷର ଜୀବନ ନେଉଛି ।

ସୂଚନାଯୋଗ୍ଯ ସୋମବାର ରାତିରେ ଵିଶୋଇ ବ୍ଳକ ଅନ୍ତର୍ଗତ ମଣଦା ରେଞ୍ଜ ଅନ୍ତର୍ଗଡ ଯୁଡିଆ ପଞ୍ଚାୟତର ଯୁଡିଆ ଗ୍ରାମର ଦେଓ୍ବାନ ମାର୍ଣ୍ଡି ଘରକୁ ରାତିରେ ହାତୀ ଆକ୍ରମଣ କରି ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି ।ହାତୀର ଶବ୍ଦ ଜାଣିପାରି ଦେଓ୍ବାନ ମାର୍ଣ୍ଢିଙ୍କ  କଚା ଘରକୁ ଶୁଣ୍ଢ ଓ ଗୋଡ଼ରେ ଆକ୍ରମଣ କରି ଭାଙ୍ଗିବା ସହ ଧାନ ଓ ଚାଉଳ ଖାଇ ପଳାଇଥିଲା ।ଦେଓ୍ବାନୀ ମାରାଣ୍ଡୀ ଓ ପରିବାର ଲୋକେ ଜାଣିପାରି ଅନ୍ଧାର ରାତିରେ ଜୀବନ ବିକଳେ ଲୁଚି ଯାଇଥିଲେ ।ଖବର ପାଇ ମଣଦା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ହାତୀ ଏହି ଇଲାକାରେ ବାରମ୍ବାର ଘର ଦୁଆର ଚାଷ କ୍ଷତି କରୁଥିବାରୁ ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି ।ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡେଇବାକୁ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

Sunil Chandra Nayak

ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତର ଘଟଣାରେ ସାହିବାସିନ୍ଦାଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

କାଦେବାହାଲ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!