ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

ଖଇରା,୧୯/୬/୨୫ – ବାଲେଶ୍ବର ଜିଲ୍ଲା ଖଇରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ଦମୋଦରପୁର ସ୍ଥିତ ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୀତା ମାରାଣ୍ଡିଙ୍କର ଅକାଳ ବିୟୋଗ ହୋଇଯାଇଛି । ସେ କିଛି ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ସ୍ଥାନୀୟ ଅଞ୍ଚଳରେ ବହୁ ଚିକିତ୍ସା ସତ୍ତ୍ୱେ କୌଣସି ସୁଧାର ନ ଆସିବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ନେଇଥିଲେ । ସେଠାରେ ସେ ଚିକିତ୍ସିତ ହେଉ ଥିବା ବେଳେ ତା ୧୯/୬/୨୫ ରିଖ ଗୁରୁବାର ସକାଳ ପ୍ରାୟ ୯ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ଯାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ୪୮ ବର୍ଷ ହୋଇଥିଲା । ଖବରପାଇ ଖଇରା ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ର ସଭାପତି ସୁଶାନ୍ତ କୁମାର ମହାପାତ୍ର ଓ ସମ୍ପାଦକ ଉଦୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଥିଲେ । ସୀତା ମାରାଣ୍ଡି ଖଇରା ବ୍ଲକ ଅଲିପୁର ଗ୍ରାମର ଚନ୍ଦ୍ର ମୋହନ ହାଁସଦାଙ୍କ ଧର୍ମପତ୍ନୀ ଥିଲେ । ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ନିର୍ଭୀକ ସମାଜସେବୀ, ସଚ୍ଚୋଟ, ଧର୍ମପରାୟଣ, ସ୍ନେହୀ, ମିଷ୍ଟଭାଷୀ, ଉତ୍ତମ ବ୍ଯବହାର, ଛାତ୍ରଛାତ୍ରୀ ବତ୍ସଳା, ଦରଦୀ, ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଅକୁଣ୍ଠଚିତ ସାହାଯ୍ୟ ଓ ସହଯୋଗ ଏବଂ ନିଶାନିବାରଣ ଭଳି ବିଭିନ୍ନ ସମାଜସେବା କାର୍ଯ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ତାଙ୍କ ବିୟୋଗରେ ଏ ଅଞ୍ଚଳ ଆଜି ସ୍ତବ୍ଧ ପାଲଟି ଯାଇଛି । ବିଶେଷ କରି ଆଞ୍ଚଳିକ ଶିକ୍ଷା ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି ସଂଘୀୟ ଆଲୋଚନାରେ ପ୍ରଦୀପ ମହାନ୍ତି, ରଞ୍ଜନ କୁମାର ମହଲା, ଲମ୍ବୋଦର ଦାସ, ଭରତ ଚନ୍ଦ୍ର ଶିଅଳ, ବୁଦ୍ଧଦେବ ନାଇକ, ଲକ୍ଷ୍ମଣ କୁମାର ସେଣ୍, ଉମେଶ କୁମାର ମହାପାତ୍ର, ଅନିରୁଦ୍ଧ ଗଜ ପ୍ରମୁଖ ଶୋକ ପ୍ରକାଶ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ବିଦ୍ୟାନିକେତନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

masiha

ଶାନ୍ତିପୂର୍ଣ୍ଣ ଭାବେ ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!