ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂର୍ଯ୍ୟବଂଶୀ ୟୁଥ କ୍ଲବ ଘର ସ୍ଳାପ, ଝରକା,କବାଟ ହୋଇଛି ଚୋରି,ଘର କାନ୍ଥ ଭାଙ୍ଗି ନେଉଛନ୍ତି ଦୁର୍ବୃତ୍ତ 

ସୂର୍ଯ୍ୟବଂଶୀ ୟୁଥ କ୍ଲବ ଘର ସ୍ଳାପ, ଝରକା,କବାଟ ହୋଇଛି ଚୋରି,ଘର କାନ୍ଥ ଭାଙ୍ଗି ନେଉଛନ୍ତି ଦୁର୍ବୃତ୍ତ 

ଡାବୁଗାଁ, ୨୨/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ମାଉସୀ ମା ମନ୍ଦିର ସମ୍ମୁଖ ପାର୍ଶ୍ଵରେ ଥିବା ସୂର୍ଯ୍ୟ ବଂଶୀ ୟୁଥ କ୍ଲବ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ନମ୍ବର ଏକ୍ସଏକ୍ସଆଇ ଅଫ ୧୮୬୦ ଅନୁସାରେ ୭/୯୨-୯୩ ନବରଙ୍ଗପୁର ରେ ରେଜିଷ୍ଟ୍ରେସନ ହୋଇଥିଲା l ୨୦୦୪ ମସିହାରେ ଏହି ପଟ୍ଟା ଜାଗାରେ ତତ୍ କାଳୀନ ସାଂସଦ ଭଗବାନ ମାଝୀ ଙ୍କ ସାଂସଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା | କ୍ଲବ ଘର ସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ୪ ଦିନ ତଳେ ଦୁର୍ବୃତ୍ତ ମାନେ ଝରକା, କବାଟ, ଘର କାନ୍ଥ ଭାଙ୍ଗି ନେଉଛନ୍ତି | ଏନେଇ ସମୀର ପାତ୍ର ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାର ଶିବ ଶଙ୍କର ଭଞ୍ଜ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ଵିଜାତଳା ବ୍ଳକ! ଖଡିଆଶୋଳ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ; ମୁଣ୍ଡ ଓ କାଖରେ ଗରା ଗଗରା ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

masiha

ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!