ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂର୍ଯ୍ୟବଂଶୀ ୟୁଥ କ୍ଲବ ଘର ସ୍ଳାପ, ଝରକା,କବାଟ ହୋଇଛି ଚୋରି,ଘର କାନ୍ଥ ଭାଙ୍ଗି ନେଉଛନ୍ତି ଦୁର୍ବୃତ୍ତ 

ସୂର୍ଯ୍ୟବଂଶୀ ୟୁଥ କ୍ଲବ ଘର ସ୍ଳାପ, ଝରକା,କବାଟ ହୋଇଛି ଚୋରି,ଘର କାନ୍ଥ ଭାଙ୍ଗି ନେଉଛନ୍ତି ଦୁର୍ବୃତ୍ତ 

ଡାବୁଗାଁ, ୨୨/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ମାଉସୀ ମା ମନ୍ଦିର ସମ୍ମୁଖ ପାର୍ଶ୍ଵରେ ଥିବା ସୂର୍ଯ୍ୟ ବଂଶୀ ୟୁଥ କ୍ଲବ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ନମ୍ବର ଏକ୍ସଏକ୍ସଆଇ ଅଫ ୧୮୬୦ ଅନୁସାରେ ୭/୯୨-୯୩ ନବରଙ୍ଗପୁର ରେ ରେଜିଷ୍ଟ୍ରେସନ ହୋଇଥିଲା l ୨୦୦୪ ମସିହାରେ ଏହି ପଟ୍ଟା ଜାଗାରେ ତତ୍ କାଳୀନ ସାଂସଦ ଭଗବାନ ମାଝୀ ଙ୍କ ସାଂସଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା | କ୍ଲବ ଘର ସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ୪ ଦିନ ତଳେ ଦୁର୍ବୃତ୍ତ ମାନେ ଝରକା, କବାଟ, ଘର କାନ୍ଥ ଭାଙ୍ଗି ନେଉଛନ୍ତି | ଏନେଇ ସମୀର ପାତ୍ର ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାର ଶିବ ଶଙ୍କର ଭଞ୍ଜ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହାନତା ଦେଖାଇଲେ ପୃବର୍ତନ ବ୍ଲକ ଚେୟାରମ୍ୟାନ ତଥା ସ୍ଥାନୀୟ ଯୁବନେତା କାର୍ତିକ ସାହୁ

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

masiha

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

Sunil Chandra Nayak

Leave a Comment

error: Content is protected !!