ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ ବାଳଶ୍ରମିକ ଉଚ୍ଛେଦ୍ଦ ପରାମର୍ଶ କର୍ମଶାଳା

ମ.ରାମପୁର:୦୧/୫( ମସୀହl ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟସ୍ଥିତ ସେବାଜଗତ ତାଲିମ କେନ୍ଦ୍ରଠାରେ ଓଡ଼ିଶା ବାଳଶ୍ରମିକ ଉଚ୍ଛେଦ ଅଭିଯାନର ବାଳଶ୍ରମିକ ଉଚ୍ଛେଦ ପାଇଁ ସାରା ଓଡ଼ିଶାରେ କିପରି କାର୍ଯ୍ୟକଳାପ ହେଇପାରିବ,ସେ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଓ ଦାପ୍ତାର ସଂପାଦକ ରାଜୁ ଶର୍ମା ପରିଚାନଳା କରିଥିବାବେଳେ ଅଭିଯାନର ରାଜ୍ୟ ଆବାହକ ଗୋପାଳକୃଷ୍ଣ କର ଅନେକ ଉପାଦେୟ ବିଷୟ ଆଲୋଚନା କରିଥିଲେ । ମ.ରାମପୁର ତହସିଲଦାର ସୁଚରିତା ମୁଗ୍ରୀ,ସିଡ଼ିପିଓ କୁସୁମ ପ୍ରହରାଜ, ବାଳଶ୍ରମିକ ଉଚ୍ଛେଦ ଅଭିଯାନର ସହ- ଆବାହାକ ହୃଷିକେଶ ପଣ୍ଡା,ସୁଶ୍ରୀ ସ୍ୱରୂପା ପ୍ରମୁଖ ଉପସ୍ଥିତ ରହି ବାଳଶ୍ରମିକ ପ୍ରକୃତ କାରଣ,ନିରାକରଣ,ସରକାରୀ ଓ ବେସରକାରୀ ଉଦ୍ୟମ ,ଗୋଷ୍ଠୀର ସହଭାଗୀତା ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଜଗତର ସୁନୀତା ତାଣ୍ଡି,ଯାଜ୍ଞସେନୀ ଭୋଇ,ଶଙ୍କର ସୁନା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମ.ରାମପୁରରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ୍ l

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁଇଁ ଗୁଟେ ଗଅଁଲିଆ କବି

Sunil Chandra Nayak

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

Leave a Comment

error: Content is protected !!