ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର

      ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୨୪.୦୬.୨୦୨୫ ରିଖ ମଙ୍ଗଳବାର ସକାଳ ୧୦.୩୦ ସମୟରେ ସ୍ଥାନୀୟ ରାୟଗଡ ଅଟୋନମସ କଲେଜ, ରାୟଗଡ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡ ତରଫରୁ “POCSO Act & J.J.(CPC) Act” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ଦେବରାଜ ନାୟକ, Y. ଶ୍ରୀନିବାସ ରାଓ, ରାୟଗଡ ଅଟୋନମସ କଲେଜ ର ପ୍ରିନ୍ସିପାଲ ଙ୍କ ସମେତ ରାୟଗଡା ଅଟୋନମସ କଲେଜ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ POCSO Act ଓ J.J.(CPC) Act ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇଁ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ NALSA ର ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଥିବା ଅଂଶଗ୍ରହଣକାରୀମାନଙ୍କୁ ବିସୃତ ଭାବରେ ସଚେତନ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ଅଟୋନମସ କଲେଜ ର ଛାତ୍ର ଛାତ୍ରୀ ଓ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫଳକରେ ନାମ ନଥିବାରୁ ସମର୍ଥକ ମାନେ ଫଳକ ଭାଙ୍ଗି ଦେଲେ

Sunil Chandra Nayak

ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!