ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ

ଡାବୁଗାଁ, ୨୨/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡାଗୁଡା ଛକ ନିକଟରେ ଏକ ଜମି ଭିତରେ ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ କର୍ମଚାରୀ ଙ୍କ ର ମଙ୍ଗଳବାର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଗ୍ରାମର ରାମା ଭତ୍ରା (୩୬) ଡାବୁଗାଁ ବିଦ୍ୟୁତ ବିଭାଗ ରେ ଟାଟା କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିଲେ | ମଙ୍ଗଳବାର ସକାଳେ ଅନ୍ୟ ଜଣେ ବିଦ୍ୟୁତ କର୍ମଚାରୀ ଧନସିଂ ଭତ୍ରା ଫୋନ କରି ରାମା ଭତ୍ରା ଙ୍କୁ କାର୍ଯ୍ୟ କରିବାକୁ ଡ଼ାକିଥିଲେ | ପରେ ପୂର୍ବାହ୍ନ ୧୦ ଘରେ ରାମା ଯାଇ ମୁଣ୍ଡାଗୁଡା ଛକ ନିକଟରେ ଏକ ଜମି ଭିତରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ହଠାତ ବିଦ୍ୟୁତ ଆସି ଯିବାରୁ ରାମା ବିଦ୍ୟୁତ ଆଘାତ ପାଇ ଖୁଣ୍ଟ ଉପରୁ ତଳକୁ ଖସି ପଡିଥିଲେ | ଖୁଣ୍ଟ ଉପରୁ ଖସି ପଡିବାରୁ ରାମା ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା | ଉକ୍ତ ଜମି ରେ କାମ କରୁଥିବା ଲୋକେ ସଙ୍ଗେସଙ୍ଗେ ଗ୍ରାମକୁ ଖବର ଦେଇଥିଲେ | ଖବରପାଇ ରାମା ଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବା ପରେ ଥାନାକୁ ଖବର ଦେଇଥିଲେ | ଖବରପାଇ ଡାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ରାମାଙ୍କ ମୃତଦେହ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପରେ ଅପରାହ୍ନରେ ମୃତକର ସ୍ତ୍ରୀ କମଳଦେଇ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପାଞ୍ଚନାମା କରିଥିଲେ | ଆସନ୍ତାକାଲି ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି | ଏନେଇ ଥାନା କେସ ନଂ ୨୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ 

masiha

ଏବିଭିପି ତରଫରୁ ରକ୍ଷା ବନ୍ଧନ କାର୍ଯ୍ଯକ୍ରମ; ସରକାରୀ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲା ଏବିଭିପି ର ଛାତ୍ରଛାତ୍ରୀ

Sunil Chandra Nayak

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା , ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି

masiha

Leave a Comment

error: Content is protected !!