ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ଖନନ ହେବ ୧ଲକ୍ଷ ନୂଆ ବୋରୱେଲ୍‌

ରାଜ୍ୟରେ ଖନନ ହେବ ୧ଲକ୍ଷ ନୂଆ ବୋରୱେଲ୍ । ଏହା ସହ ୨୦୨୫-୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହି ବୋରୱେଲ ଖନନ କାର୍ଯ ଶେଷ ହେବ। ଯାହାଫଳରେ ରାଜ୍ୟର ୫ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ବର୍ଷତମାମ ଜଳସେଚନ ଯୋଗାଣ ସମ୍ଭବ ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ୪୧୮୯.୧୬ କୋଟି ଟଙ୍କା ଖର୍ଚ କରିବେ ବୋଲି ଓଡ଼ିଶା ଜଳସେଚନ ନିଗମର ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ବୈଠକର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ, ଗଭୀର ବୋରୱେଲ ଯୋଜନା ମାଧ୍ୟମରେ ଫସଲ ବିବିଧକରଣ ଓ ଅର୍ଥକାରୀ ଫସଲ ଉତ୍ପାଦନକୁ ଅଧିକ ସହଜ କରିହେବ। ଏହାସହ ବର୍ଷତମାମ ନିରନ୍ତର କୃଷି କାର୍ଯ୍ୟ ଓ କୃଷକଙ୍କ ଆୟବୃଦ୍ଧିରେ ସହାୟକ ହେବ। ବୋରୱେଲରୁ ଉତ୍ପାଦିତ ଜଳର ଗୁଣାତ୍ମକମାନ ପରୀକ୍ଷା ସହ ନିୟନ୍ତ୍ରିତ ଜଳସେଚନ ପଦ୍ଧତିରେ ଏହାର ସର୍ବାଧିକ ଉପଯୋଗ କରିବାକୁ କୁହାଯାଇଛି।ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ କହିଥିଲେ, ବୋରୱେଲ ଯୋଜନାକୁ ଅଧିକ ତ୍ବରାନ୍ବିତ ଓ ସ୍ବଚ୍ଛ କରିବା ପାଇଁ ଅନ୍‌ଲାଇନ୍ ଦରଖାସ୍ତ ଗ୍ରହଣ ଓ ଅନ୍‌ଲାଇନ ମଞ୍ଜୁରୀ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ବୋରୱେଲ ପିଛା ପ୍ରାୟ ୩.୮୮ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ହିତାଧିକାରୀଙ୍କ ଅଂଶଧନକୁ ସୀମିତ ରଖାଯାଇଛି। ସାଧାରଣ ବର୍ଗର ହିତାଧିକାରୀ ୨୦ହଜାର, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହିତାଧିକାରୀ ୧୦ହଜାର ଟଙ୍କାର ଅଂଶଧନ ଦେଉଛନ୍ତି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୯୭ହଜାର ବୋରୱେଲକୁ କାର୍ଯ୍ୟକ୍ଷମ କରାଯାଇଛି। ଗୋଟିଏ ବୋରୱେଲରୁ ଉତ୍ପାଦିତ ଜଳରେ ପ୍ରାୟ ୫ ହେକ୍ଟର ଜମିକୁ ବିଭିନ୍ନ ପ୍ରକାର ଚାଷ ପାଇଁ ପାଣି ଯୋଗାଣ ହୋଇପାରୁଛି। ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ସୌର-ଶକ୍ତି ମାଧ୍ୟମରେ ବୋରୱେଲ ପମ୍ପ ବସାଯିବ। ଏଥିପାଇଁ ପ୍ରତି ବୋରୱେଲ ପିଛା ୩.୯୪ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ବୋଲି ସେ କହିଥିଲେ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ…

Related posts

ନର୍ଲା ଦୁଇଗୋଟି ଜୋନରେ ବିଜେଡ଼ିର ବାଜିମାତ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Sunil Chandra Nayak

Leave a Comment

error: Content is protected !!