ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

 ଯାଜପୁର / ୨୩ ଜୁଲାଇ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଙ୍କର ଅବକାରୀ କମିଶନର ଭାବେ ବଦଳି ହୋଇଅଛି। ଏହି ଅବସରରେ ଯାଜପୁର ଜିଲ୍ଲା ଷ୍ଟାଫ କମିଟି ତରଫରୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଦକ୍ଷତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପି. ଅନ୍ୱେଷା ରେଡ୍ଡୀ ତା ୧୨.୦୮.୨୦୨୪ ରିଖରେ ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ ଙ୍କୁ ସେ କାର୍ଯ୍ୟଭାର ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ସମସ୍ତଙ୍କୁ ଆଗାମୀ ଦିନରେ ନିଜ ବ୍ୟକ୍ତିଗତ ଜୀବନ ତଥା ବୃତ୍ତିଗତ ଜୀବନରେ ବହୁତ୍ ଆଗକୁ ଯିବାକୁ କାମନା କରି କହିଥିଲେ ଯାଜପୁର ଜିଲ୍ଲାରେ ହୋଇଥିବା ସମସ୍ତ ଇଭେଣ୍ଟ ତଥା ଗୁରୁତ୍ୱପୂର୍ଣ କାର୍ଯ୍ୟରେ ରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ଗୁରୁଦାୟିତ୍ଵ ନିର୍ବାହ କରିଛନ୍ତି ଏବଂ ସହଯୋଗ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆଗାମୀ ଦିନରେ ଯାଜପୁର ଜିଲ୍ଲା ଯେପରି ଆହୁରି ଆଗକୁ ଯିବ ଏହା କାମନା କରିଥିଲେ। କାର୍ଯ୍ୟ କ୍ଷେତ୍ରରେ ନିଜ ଦକ୍ଷତା କୁ ଆହୁରି ଅଧିକ ବଢାଇବାକୁ ନୂଆ ପ୍ରଯୁକ୍ତିବିଦ୍ୟା ସହ ଆଗକୁ ବଢ଼ିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କ ପାଖରେ ଯେପରି ସମସ୍ତ ସରକାରୀ ସୁବିଧା ପହଞ୍ଚିପାରିବ ସେ ଦିଗରେ ଯତ୍ନବାନ ହେବା ଏବଂ କାର୍ଯ୍ୟ କରିବା ନିମନ୍ତେ ସମସ୍ତଙ୍କୁ କହିଥିଲେ। ଯାଜପୁର ରୁ ବହୁତ୍ ଭଲ ସ୍ମୃତି ଅନୁଭବ ନେଇକି ଯାଉଛି ବୋଲି କହିଥିଲେ। ଏହି ବିଦାୟକାଳୀନ ସଭାରେ ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କୁଳମଣି ନାୟକ, ଡେପୁଟି କଲେକ୍ଟର ଅଙ୍କିତା ବାରିକ, ବାସୁଦେବ ନାୟକ, ଆଲୋକ ରଂଜନ ଦେହୁରୀ, ନିଜାରତ ଅଧିକାରୀ, ତାପସ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାତୀ ସାହୁ, କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ, ଷ୍ଟାଫ କମିଟିର ସଭାପତି ନିଗମା ନନ୍ଦ ମାନ୍ଧାତା, ଦେବେନ୍ଦ୍ର ନାଥ କର, ଲକ୍ଷ୍ମୀଧର ସଏ, ସସ୍ମିତା ବେହେରା, ମାନସୀ ସାହୁ ଓ ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ |

Related posts

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ମହାସମାରୋହରେ ପାଳିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ କୋଲକାତାର ମୁଖ୍ୟ ସୁରକ୍ଷା ଅଧିକାରୀ ସନ୍ଦୀପ ସିଂହ ଏଵଂଚକ୍ରଧରପୁର ଅତିରିକ୍ତ ରେଳ ମଣ୍ଡଳ ଅମିତ କୁମାର ଙ୍କ ସହିତ ଟାଟାନଗରବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

Sunil Chandra Nayak

Leave a Comment

error: Content is protected !!