ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

ରାଉରକେଲା ୨୪/୭, ଆରଆଇକେକେଏସ୍ ବା ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ବୁଧବାର ଦିନ ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଭାରତୀୟ ମଜଦୁର ସଂଘର ୭୦ ବର୍ଷ ପୂର୍ତ୍ତି ଅବସରରେ ୨୦୨୪ ଜୁନ୍ ୨୩ରୁ ୨୦୨୫ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ସେଥିମଧ୍ୟରେ ୟୁବା ଅଭ୍ଯାସ ବର୍ଗ, ଦେଶର ପ୍ରତି ଜିଲ୍ଲାରେ ମହିଳା ସମ୍ମିଳନୀ, ଶ୍ରମିକ ସମ୍ପର୍କ ଅଭିଯାନ ସାମିଲ ଥିଲା। ବୁଧବାର ଦିଲ୍ଲୀ ଠାରେ ଏହାର ସମାପନ ଉତ୍ସବରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଘ ଚାଳକ ମୋହନ ରାଓ ଭାଗବତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡବିୟ ଯୋଗ ଦେଇଥିଲେ। ଦେଶର ସମସ୍ତ ଜିଲ୍ଲାରେ ବଡ ସ୍କ୍ରିନ୍ ମାଧ୍ୟମରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି ଶ୍ରମ କ୍ଷେତ୍ରରେ ଏକ ରେକର୍ଡ ଥିଲା।

       ସ୍ଥାନୀୟ ଆରଆଇକେକେଏସ୍ କାର୍ଯ୍ଯାଳୟ ଠାରେ ସକାଳେ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସ୍ବଚ୍ଛ ଭାରତ ଅଭିଯାନରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର କାର୍ଯ୍ଯକର୍ତ୍ତା ସେକ୍ଟର-୪ ଫିଟନେସ୍ ପାର୍କରେ ସଫେଇ କାର୍ଯ୍ୟ କରିଥିଲେ। ଆଇଜିଏଚ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ଇସ୍ପାତ କାରଖାନା ସିଏମ୍ଓ ଜୟନ୍ତ ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ। ଆରଆଇକେଏସର ସାଧାରଣ ସମ୍ପାଦକ ହିମାଂଶୁ ବଳ ଏବଂ ଉପସଭାପତି ସଂଜୀବ ପତି ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

       ସନ୍ଧ୍ୟା ସମୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବିଏମ୍ଏସର କାର୍ଯ୍ଯକର୍ତ୍ତା କୃଷ୍ଣ ଚନ୍ଦ୍ର ମିଶ୍ର ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହା ସମସ୍ତଙ୍କୁ ମନମୁଗ୍ଧ କରିଥିଲା। ଆରଆଇକେକେଏସର ବରିଷ୍ଠ କାର୍ଯ୍ଯକର୍ତ୍ତା ରାଜେନ୍ଦ୍ର ମାହାନ୍ତ, ମଞ୍ଚରେ ସଭାପତିତ୍ବ କରିଥିବା ବେଳେ ସୁରେନ୍ଦ୍ର କଂସାରୀ ଆରଆଇକେକେଏସର ଭବିଷ୍ୟତ ଉଜ୍ଜଲ ବୋଲି ମତବ୍ୟକ୍ତ କରିଥିଲେ। ସମୀତା ମିଶ୍ର ମଞ୍ଚ ପରିଚାଳନା କରିଥିଲା ବେଳେ, ଆରଆଇକେକେଏସ୍ ସଭାପତି ପ୍ରଦୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଧର ବେହେରା, କିଶୋର ନାୟକ, ପ୍ରବୀର ସ୍ବାଇଁ, ବିକାଶ ପ୍ରଧାନ, ଲଲିତ ଜେନା, ସୁଶୀଲ ସେଠି, ସରୋଜ ଜେନା, ଅମର ଭୂୟାଁ, ସରୋଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Sunil Chandra Nayak

ଆମ ଓଡିଶା ନବୀନ ଓଡିଶା ରେ ମହାଦୁର୍ନୀତି ଅଭିଯୋଗ,  ଗୋଟିଏ କାର୍ଯ୍ୟ ରେ ଲାଗିଛି ଦୁଇଟି ସୂଚନା ଫଳକ 

masiha

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ବିୟୋଗରେ ଭାବପୂର୍ଣ୍ଣ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ନିରାଡମ୍ବର ଭାବେ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!