ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ମୟୂରଭଂଜ – ୨୪/୦୭ — ଆଜି ଗୁରୁବାର ଦିନ ରାଇରଙ୍ଗପୁର ଠାରେ ସକାଳେ କଂଗ୍ରେସ ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଶ୍ରୀ ଲକ୍ଷ୍ମଣ ମାଝୀ ଓ ରୂପକ ମହାନ୍ତି ଙ୍କର ନେତୃତ୍ୱରେ ଟେକ୍ନୋ ୱାର୍ଲଡ ମହାବିଦ୍ୟାଳୟ ରେ ଛାତ୍ର-ଛାତ୍ରୀଙ୍କ ଗହଣରେ ବାଲେଶ୍ବର କଲେଜ ଛାତ୍ରୀ ୰ ସୌମ୍ୟାଶ୍ରୀ ବିଶି ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, । ସେହିପରି ସନ୍ଧ୍ୟାରେ ରାଇରଙ୍ଗପୁର ସ୍ଥାନୀୟ ଦୂର୍ଗାମଣ୍ଡପ ଠାରେ ମଧ୍ୟ ଯୁବ ନେତା ଭଜହରି ମହାନ୍ତଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଶ୍ରୀ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଂସଦା ଓ ପ୍ରାକ୍ତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବଂ ନିବେଦିତା ପାଲ ଓ ବହୁ ସଂଖ୍ୟାରେ ମହିଳା ଓ ବାଲିକା ମାନଙ୍କର ଗହଣରେ ୰ ସୌମ୍ଯାଶ୍ରୀ ବିଶି ଙ୍କ ଏକାଦଶାହରେ ଦୀପ ପ୍ରଜ୍ବଳନ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ତାଙ୍କରି ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ପାଖରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପିସିସି ସଭାପତି ଭକ୍ତ ଚରଣଙ୍କ ରାଇରଙ୍ଗପୁର ଗସ୍ତ; ଦାଣ୍ଡବୋଷ ଗ୍ରାମରେ ୪୩ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ; ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆଦିବାସୀ ନ୍ୟାୟ ସଭାରେ ବିଜେଡି ଓ ବିଜେପି ଉପରେ ଆଦିବାସୀ ଭାରତ ନେଇ ଗର୍ଜିଲେ 

masiha

ନର୍ଲା ବ୍ଳକ କଂଗ୍ରେସର ବ୍ଳକ ଘେରାଉ କାର୍ଯ୍ୟକ୍ରମ

masiha

ଏକାତ୍ମ ମାନବବାଦର ପୁରୋଧା ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!