ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ,
#ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ 
ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

ବନ୍ଧୁଗାଁ, ୨୪/୭/୨୫,ଗରୀବ ହିତାଧିକାରୀଙ୍କୁ ମାଗଣା ମାଣ୍ଡିଆ ଦେବା ପାଇଁ ସରକାର ଘୋଷଣା କରିଥିଲେ । ପ୍ରତି ହିତାଧିକାରୀ ଙ୍କୁ ରାସନ କାର୍ଡରେ ୫ କିଲୋ ଲେଖାଏଁ ମାଗଣା ମାଣ୍ଡିଆ ଦେବାକୁ ନିୟମ ରହିଛି । କିନ୍ତୁ ବନ୍ଧୁଗାଁ ବ୍ଲକ ର କୁଟ୍ରାବେଡା ପଚାୟତ ରେ ଏହାର ବ୍ୟତିକ୍ରମ ହୋଇଛି । ହିତାଧିକାରୀ ଙ୍କ ମାଗଣା ମାଣ୍ଡିଆ କୁ ହଡ଼ପ କରି ଆତ୍ମସାତ କରିଛନ୍ତି ଖୋଦ୍ ପଂଚାୟତ ପିଇଓ ରାମଚନ୍ଦ୍ର ମେଲେକା ଗତ ମାର୍ଚ ମାସର ମାଗଣା ମାଣ୍ଡିଆ ୬୩ ଜଣ ହିତାଧିକାରୀ ଙ୍କ ଆତ୍ମସାତ କରିଛନ୍ତି। କାହାରି ଜଣକୁ ପ୍ରଦାନ ନକରି ବାୟୋ ମେଟ୍ରିକ ରେ ଟିପ ଚିହ୍ନ ନେଇ ହଡ଼ପ କରିନେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।ୟେ ହେଉଛନ୍ତି କୁଟ୍ରାବେଡା ପଂଚାୟତର ବୋରିପୁଟ ଗାଁ ର ପ୍ରହଲାଦ ସାରକା,ଆଦାନା ସାରକା,ଭାସ୍କର ରାଓ ସାରକା ଙ୍କ କାର୍ଡ ରେ ଦସ୍ତଖତ ହୋଇଛି ,ଟିପ ଚିହ୍ନ ଦେଇ ମାଣ୍ଡିଆ ଉଠାଯାଇଛି , କିନ୍ତୁ ହିତାଧିକାରୀ ନନେଇ ହଡ଼ପ କରିଛନ୍ତି ପିଇଓ ରାମଚନ୍ଦ୍ର ମେଲେକା।

ଖାଲି ଏହି ତିନି ଜଣ ହିତାଧିକାରୀ ନୁହନ୍ତି,ପୁରା ବୋରିପୁଟ ଗାଁ ର ଗୋଟେ ବି ହିତାଧିକାରୀ ମାର୍ଚ ମାସର ମାଣ୍ଡିଆ ପାଇ ନଥିବା ଅଭିଯୋଗ ହୋଇଛି ।ଏହି ପିଇଓ ହେଉଛନ୍ତି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର କୁମ୍ଭଗାଣ୍ଡା ପଞ୍ଚାୟତ ର କୁମ୍ବଗାଣ୍ଡା ଗ୍ରାମର ଅଟନ୍ତି । ଗତବର୍ଷ ୨୦୨୪ ନୀର୍ବାଚନ ପୂର୍ବେ ସମୟରେ ବନ୍ଧୁଗାଁ ବ୍ଲକ କାବେରୀ ବାଡି ପଂଚାୟତ ରେ ୮୦୦ କୁଇଣ୍ଟାଲ ଚାଉଳ ହଡପ କରି ଆତ୍ମସାତ କରିଥିଲେ । ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାସିତ ହୋଇଥିଲା । ତରବରିଆ ଭାବେ ରାତାରାତି ଚାଉଳ ବଣ୍ଟନ କରି ରଫାଦଫା କରିଥିଲେ ।ବଳିପଡିଥିଲେ ଯୋଗାଣ ଅଧିକାରୀ ଓ ଯୋଗାଣ ଅଧିକାରୀ। ବହିସ୍କାର ହୋଇଥିଲେ ଯୋଗାଣ ସହାୟକ ,ବଦଳି ହୋଇଥିଲେ ଯୋଗାଣ ଅଧିକାରୀ।ଭଉଣୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସରକାର ଥିବାରୁ ହାତ ମାରିବାକୁ ଡରିଥିଲେ ଜିଲ୍ଲା ପ୍ରଶାସନ ।ବର୍ଷକ ପରେ ପୁଣି ସେହି ଦୁର୍ନୀତି ରେ ଫସିଛନ୍ତି କାବେରି ବାଡ଼ି ପଞ୍ଚାୟତ ର ପୂର୍ବତନ ତଥା ବର୍ତମାନ କୁଟ୍ରାବେଡା ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ ଅଧିକାରୀ ପିଇଓ ରାମଚନ୍ଦ୍ର ମେଲେକା । ଗତ ଥର ଚାଉଳ ଦୁର୍ନୀତିରେ ଲିପ୍ତ ଥାଉ ଖସିଯାଇଥିବା ବେଳେ ଏଥର ମାଣ୍ଡିଆ ଦୁର୍ନିତି ରେ ଫସିଛନ୍ତି। ତେବେ ସରକାର କି ପ୍ରକାର କାର୍ଯାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା ।

 ସଞ୍ଜିବ କୁମାର ବାଙ୍ଗାରୀ ଙ୍କ ରିପୋର୍ଟ୍ 

Related posts

ବୃକ୍ଷରୋପଣ କରି ଜନ୍ମଦିନ ପାଳିଲେ ସାମ୍ୱାଦିକ ଓ ସମାଜସେଵୀ ପ୍ରବୀଣ ନାଏକ 

Sunil Chandra Nayak

ଉଦାହରଣ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଶବ ସତ୍କାର ରେ ସମ୍ପର୍କୀୟ ଙ୍କ ଅସହଯୋଗ ଘଟଣା ; ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ବ୍ଲକ ପ୍ରଶାସନ ପିଡୀତଙ୍କ ଘରେ

Sunil Chandra Nayak

Leave a Comment

error: Content is protected !!