ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ .ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ .ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

  ମୟୂରଭଂଜ-୨୫/୦୭ — ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୁତି ଭୂଷଣ ନାୟକ ଭା. ପ୍ର. ସେ.ଙ୍କୁ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା।  ଆଜି ଅପରାହ୍ନରେ ଜିଲ୍ଲlପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କ ପାଇଁ ଏକ ବିଦlୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କର ବୌଦ୍ଧ ଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇଥିବାରୁ ଅତିରିକ୍ତ ଜିଲ୍ଲାପାଳ ତା’ଙ୍କୁ ଶୁଭ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ମଲ୍ଲିକ କହିଥିଲେ ଯେ ଶ୍ରୀ ନାୟକ ଜଣେ ଦକ୍ଷ ପ୍ରଶାସକ ଭାବେ ତାଙ୍କ କାର୍ଯ୍ୟକୁ ସଦା ସର୍ବଦା ନିଷ୍ଠାର ସହିତ ସମ୍ପାଦନ କରିଥାନ୍ତି। ବ୍ୟକ୍ତିଗତ ଜୀବରେ ସେ ଜଣେ ଶାନ୍ତ ଶିଷ୍ଟ, ସରଳ ମିଷ୍ଠଭାଷୀ, ଉତ୍ତମ ଦରଦୀ ମଣିଷ ବୋଲି କହିଥିଲେ।   

ଆଗାମୀ କାର୍ଯ୍ୟ ସ୍ଥଳୀରେ ତାଙ୍କର କାର୍ଯ୍ୟ ଦକ୍ଷତା ଓ ଉପାଦେୟତା ସେହିପରି ବଜାୟ ରହୁ ବୋଲି ଆଶା ପୋଷଣ କରିବା ସହ ନୂତନ କାର୍ଯ୍ୟକ୍ଷେତ୍ରରେ ତାଙ୍କର ଉତ୍ତୋରତର ଉନ୍ନତି କାମନା କରି ଶୁଭେଚ୍ଛା ଜଣାଇ ଥିଲେ.। ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡା କହିଥିଲେ ଯେ ଶ୍ରୀ ବିଭୁତି ଭୂଷଣ ନାୟକ ମହାଦୋୟ ମୟୁରଭଞ୍ଜ ଜିଲ୍ଳାରେ ତା ୩୦-୦୧-୨୦୨୪ରିଖ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ ଏବଂ ତାଙ୍କର ଉକ୍ତ କାର୍ଯ୍ୟକାଳ ସମୟରେ ତାଙ୍କର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ତୁଲାଇବା ସହ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ସୁହାନଭୁତି ହୃଦୟରେ ସମାଧାନ କରିଥିଲେ।

 ଶ୍ରୀ ନାୟକ ମଧ୍ୟ ତାଙ୍କର ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କାଳ ସମୟରେ କିଛି ଅନୁଭୂତି କୁ ପ୍ରକାଶ କରିଥିଲେ। ମୟୁରଭଞ୍ଜ ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା ଓ ଏ ଅଂଚଳର ଲୋକମାନଙ୍କ ସହଯୋଗ ମନଭାବ ତାଙ୍କୁ ତାଙ୍କ କାର୍ଯ୍ୟ କ୍ଷେତ୍ରରେ କାମ କରିବାର ପ୍ରେରଣା ଯୋଗାଇଛି ବୋଲି ପ୍ରକାଶ କରିଥିଲେ।ଏହାପରେ ପ୍ରଶାସନ ତରଫରୁ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ ଓ ଦୟାସିନ୍ଧୁ ପରିଡା ବିଦାୟୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ତତ ସହିତ ନିକଟ ଅତୀତରେ ଚାକିରରୁ ଅବସର ଗ୍ରହଣ କରିଥିବା ସାବିତ୍ରୀ ପଣ୍ଡାଙ୍କୁ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା।

ମୟୂରଭଞ୍ଜ ରୁ ଯାଇ ସେ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ ଏବଂ ଖୁବ ଶୀଘ୍ର ସେ ନିଜ କାର୍ଯ୍ୟସ୍ଥଳୀରେ ଯୋଗଦାନ କରିବେ। ଆଜିର ଏହି ସଭାରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରତିନିଧି ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ନାୟକଙ୍କ ଭବିଷ୍ୟତ ଜୀବନ ଉନ୍ନତି କାମନା କରି ଶୁଭେଚ୍ଛା ଜଣାଇଥିଲେ.।

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ 

Sunil Chandra Nayak

କୁନି ଝିଅ ବୁଲା କୁକୁର ମାନଙ୍କ ଆକ୍ରମଣ ରେ ମୃତ 

masiha

ପଞ୍ଚମ ବାର୍ଷିକ ଶ୍ରୀ ସଚ୍ଚିଦାନନ୍ଦ ପାଇକା ମହୋତ୍ସବ ଉଦ୍ଘାଟନ 

Sunil Chandra Nayak

Leave a Comment

error: Content is protected !!