ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଓଶ୍ରାବଣ ସାହିତ୍ୟ ଆସର 

ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଓଶ୍ରାବଣ ସାହିତ୍ୟ ଆସର 

ଜୁନାଗଡ଼ :୨୮/୭( ମନୀ ସ):-ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ଶ୍ରାବଣ ସାହିତ୍ୟ ଆସର ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଅଜୟ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆସର ରେ ମୁଖ୍ୟ ଅତିଥି ଜୁନାଗଡ଼ ସମ୍ବାଦ ସାହିତ୍ୟ ଘର ସଭାପତି ଅଶୋକ ପଟ୍ଟନାୟକ, ମୁଖ୍ୟ ବକ୍ତା; ସାହିତ୍ୟିକ: ସର୍ବଶ୍ରୀ ସବା ଖିଆ ସାହିତ୍ୟ ସଂସଦର ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ,; ସମ୍ମାନୀତ ବକ୍ତା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ; ସମ୍ମାନୀତ ଅତିଥି: ସମାଜ କର୍ମୀ ବିଶ୍ୱନାଥ କର, ଅଧ୍ୟାପକ ରାଜେଶ କୁମାର ମୁଣ୍ଡ ଯୋଗ ଦେଇ ସାହିତ୍ୟରେ ଏକନିଷ୍ଠ ସାଧନା ଏକାନ୍ତ ଆବଶ୍ୟକ ଓ କବିମାନେ ମାଟିର କଥା କୁହନ୍ତୁ ବୋଲି ପ୍ରକାଶ କରିଥିଲେ | ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ କିରଣମୟ ସେନାପତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ | ସହସଂପାଦକ ନବଘନ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନା ସହ ଧନ୍ୟବାଦ ଅର୍ପଣ କରିଥିଲେ | କବି ପ୍ରତାପ ଚନ୍ଦ୍ର ପଣ୍ଡା, ଅର୍ଜୁନ ଗୋପାଳ, ଦୀନେଶ ମେହେର,ଶିବ ପ୍ରସାଦ ମହାରଣା ଙ୍କ କବିତା ସଂଯୋଜନା ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୬୦ ଜଣ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ | ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସଂସଦର ବରିଷ୍ଠ ସଦସ୍ୟ ବ୍ରଜ କିଶୋର ମିଶ୍ର, ଚନ୍ଦ୍ର ଶେଖର ସିଂ, ମନୋଜ ମେହେର, ବେଣୁଧର ବାଗ, ହୃଷିକେଶ ମିଶ୍ର, ହିତେଶ ପାଢ଼ୀ, ଶ୍ୟାମ ସୁନ୍ଦର ପାଢ଼ୀ, ଗୋପଳ ପାତ୍ର | ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥଲେ, କାଜଲ ମହାରଣା ଓ କୁମୁଦିନୀ ଘି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଦିତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ଚାଷି ଙ୍କ ଅଭିଯୋଗ ଶୁଣିଲେ, ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ

Sunil Chandra Nayak

ପ୍ରଧାନଶିକ୍ଷକ ମାନଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!