ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

ଲଘୁଚାପଜନିତ ଝିପି ଝିପି ବର୍ଷା ସତ୍ତ୍ୱେ ଓଡିଶା ର ଲୋକଙ୍କ ସରକାର ମୋହନ ସରକାର ରେ ଜଣେ କର୍ତ୍ତବ୍ୟନିଷ୍ଠ ଓ ଜନ ସେବା ପାଇଁ ସମର୍ପିତ ମନୋଭାବ ନେଇ କାର୍ଯ୍ୟଶୈଳୀ ନିରନ୍ତର ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମଙ୍ଗଳବାର ସକାଳୁ ଝିପି ଝିପି ଲଗାଣ ବର୍ଷାରେ ନିଜ ନିର୍ବାଚନ ମଣ୍ଡଳୀ ର ଧର୍ମଗଡ ବ୍ଲକ ର ବଡ଼ ଘୁମର ଓ ପର୍ଲା ପଞ୍ଚାୟତ ର ଅନେକ ଗ୍ରାମ ରେ ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କୁ ଭେଟି ଗ୍ରାମାଞ୍ଚଳରେ ରହିଥିବା ଗାଁ ସମସ୍ୟା, ଲୋକଙ୍କ ସମସ୍ୟା, ଚାଷି ଙ୍କ ସମସ୍ୟା, ପାନୀୟ ଜଳ,ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ପ୍ରମୁଖ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଘଟଣାସ୍ଥଳ ରୁ ଫୋନ ରେ ଯୋଗାଯୋଗ କରି ଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନେବା ସହ ନିର୍ଦ୍ଦେଶ ଦେଇଥିଲେ।ଭାଜପା ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଯାହା ସମସ୍ୟା, ଅସୁବିଧା ଅଛି ତାହା ନିଶ୍ଚୟ ଭାବେ ମୋହନ ସରକାର ଙ୍କ ସୁଶାଶନ ରେ ସମାଧାନ ହେବ ବୋଳି ଦୃଢ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ବିଧାୟକ ଙ୍କ ଏହି ଜନ ସମ୍ପର୍କ ଯାତ୍ରା ସମୟରେ ଖୁଟୁଲୁଗୁଡା, ସେମଲା, ବେଳପଡା, ଘୁମର,ଆମଗୁଡା,ଲଛିପୁର, ସିନାପଡା, କଦଲିମୁଣ୍ଡା,ହାତୀ ପଖାନ, ପର୍ଲା, ଚିତାମୁଣ୍ଡା ରେ ଲୋକଙ୍କ ପାଖରେ ପହଞ୍ଚି ସ୍ଥାନୀୟ ସମସ୍ୟା ନେଇ ଆଲୋଚନା କରିଛନ୍ତି।ବିଧାୟକ ଙ୍କ ଏହି ଜନ ସମ୍ପର୍କ ଯାତ୍ରା କୁ ବିଭିନ୍ନ ସ୍ଥାନରେ ଜନ ସାଧାରଣ ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ ଙ୍କ ଏହି ଜନସମ୍ପର୍କ ଯାତ୍ରାରେ ପର୍ଲା ମଣ୍ଡଳ ସଭାପତି ଅଭୟ ମେହେର, ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୈାରଭ ମିତ୍ତଲ, ହିମାଂଶୁ ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ, ଧର୍ମଗଡ଼ ପୂର୍ବତନ ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମାଝୀ ସହ ବିଜେପିର ଦଳୀୟ କର୍ମକର୍ତ୍ତା ମାନେ ଏହି ଯାତ୍ରା ରେ ସାମିଲ ହୋଇ ଲୋକଙ୍କ ସମସ୍ୟା ସମ୍ପର୍କରେ ବିଧାୟକ ଙ୍କୁ ଅବଗତ କରାଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ଅଭୟ ଜେନା

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

Sunil Chandra Nayak

ବଡ଼ପଡା ରେ ଗଣେଶ ପୂଜା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!