ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଗୁରୁ ଙ୍କ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

” ଗୁରୁ ଙ୍କ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

କଟକ : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳିବ୍ଲକ ମାଳପlଟଣା ନିବାସୀ ସ୍ବର୍ଗତ ନଟବର ସାହୁ ଙ୍କ ଏକାଦଶାହ l ସେ ପେଷା ରେ ଥିଲେ ଜଣେ ଶିକ୍ଷକ l ସେ ଆଳି ବ୍ଲକ ଇଷାନେଶ୍ୱର ଉପ୍ରା ବିଦ୍ୟାଳୟ ରେ ପିଲା ମାନଙ୍କୁ ପାଠ ପଢ଼ାନ୍ତି l ସେ ଥିଲେ ଜଣେ ପରଉପକାରୀ, ମାଷ୍ଟଭାସି, ସୁ ସଂଗଠକ ଓ ଜଣେ ମେଳାପୀ ମଣିଷ l ମାଳପଟଣା ସ୍ଥିତ ଭାତୁଆ ବଟ ର ମୁଖ୍ୟ ପରିଚାଳକ l ଏହା ଛଡା ୪୬ ରକ୍ତ ଦାନ କରି ଅନେକ ଜୀବନ ବଞ୍ଚାଇଥିବା ଏକ ନିଆରା ମଣିଷ l ସେ ଶ୍ରୀ ଜଗନାଥ ଚାରିଟେବୁଲ ଟ୍ରଷ୍ଟ ସହିତ ଦୀର୍ଘ ଦିନ ହେବ ଜଡିତ ରହି ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ l ସେ ଟ୍ରଷ୍ଟ ର ଗୁରୁବର ଭାବ ରେ ବିଭିନ୍ନ ଉପଦେଶ ମାନ ଦେଇଥାନ୍ତି। ଟ୍ରଷ୍ଟ କିପରି ନୂତନ ସେବା ସମାଜ କୁ ପ୍ରଦାନ କରିବ ସେ ଟ୍ରଷ୍ଟ ର ସଭାପତି ଙ୍କ ସହ ଆଲୋଚନା କରିଥାଆନ୍ତି। ଆଜି ତାଙ୍କ ସ୍ମୃତି ରେ ଭାତୁଆବଟ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଫୁଲ ଗଛ ସହିତ ରକ୍ତ ଚନ୍ଦନ, ଆମ୍ବ, ଗୁଆ, ପଣସ, ଲିଚୁ , ଜାମୁକୋଳି ଓ ସମି ବୃକ୍ଷ ଇତ୍ୟାଦି ଗଛ ଲଗାଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଏହି ଗୂରୁ ପ୍ରତିମ ବ୍ୟକ୍ତି ଙ୍କ ପାଇଁ ଏକ ସୋତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଆଜି ର କାର୍ଯ୍ୟକ୍ରମ ର ନାମ ଥିଲା “ଗୁରୁ ଙ୍କ ପାଇଁ ଗଛ ଟିଏ” । ଏହି କାର୍ଯ୍ୟକ୍ରମ କୁ ଦେଖି ତାଙ୍କର ଶିକ୍ଷକ ବନ୍ଧୁ ଙ୍କ ସହ ଅଞ୍ଚଳ ବାସୀ ମାନେ ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି କାର୍ଯ୍ୟ କ୍ରମରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ଙ୍କ ସମେତ ଉପ ସଭାପତି ରଶ୍ମି ରଞ୍ଜନ ବାରିକ, ଅଶ୍ୱିନୀ ସାହୁ, ତପନ କୁମାର ନାଥ, କାଳନ୍ଦୀ ମଲିକ ଓ ଗଛ ମଣିଷ ରାଜେନ୍ଦ୍ର ଲେଙ୍କା ଉପସ୍ଥିତ ରହି କାର୍ଯ୍ୟ ଟିକୁ ସମ୍ପୂର୍ଣ କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

Sunil Chandra Nayak

ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

masiha

ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!