ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

ଖଇରା,୦୨/୮/୨୫- ବାଲେଶ୍ବର ଜିଲ୍ଲା ଖଇରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ୫ଦଫା ଦାବିକୁ ନେଇ ଧାରଣ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦାବି ଗୁଡିକ ମଧ୍ୟରେ (୧) ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ (୨) ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ୍, ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ (୩) ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି କରିବା ଓ ଗ୍ରେଡପେରେ ଥିବା ଅସଙ୍ଗତି ଦୂରୀକରଣ (୪) ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି (୫) ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ସ୍କିମ୍ ର ପୁନଃ ପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଅନ୍ତର୍ଭୁକ୍ତ । ଓଷ୍ଟା ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ପୂର୍ବତନ ଜିଲ୍ଲା ଓଷ୍ଟା ସଭାପତି ଜିତେନ୍ଦ୍ର କୁମାର ବେହେରା, ପୂର୍ବତନ ସରପଞ୍ଚ ମାନସ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ଓଷ୍ଟା ଉପ-ସଭାପତି ଭରତ ଚନ୍ଦ୍ର ଦାସ, ଅଲ୍ ଓଷ୍ଟା ରାଜ୍ୟ ଉପ-ସଭାପତି ବିଜୟ କୁମାର ଦ୍ବିବେଦୀ, ଓଷ୍ଟା ଖଇରା ମଣ୍ଡଳ ମୁଖ୍ୟ ଉପଦେଷ୍ଟା ଜୟନ୍ତ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗତାନନ୍ଦ ମହାପାତ୍ର, ଖଇରା କଲେଜ ଇଂରାଜୀ ଅଧ୍ଯାପକ ବନମାଳୀ ବାରିକ, ପୂର୍ବତନ ପ୍ରଧାନ ଶିକ୍ଷକ ପରେଶ ଦକ୍ଷିଣରାୟ, ଅଲ୍ ଓଷ୍ଟା ଖଇରା ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ଦାଶ ଓ ସମ୍ପାଦକ ଶଙ୍କର୍ଷଣ ଜେନା, ଜିଲ୍ଲା ସଂସ୍କୃତ ମଣ୍ଡଳ ସମ୍ପାଦକ ରବୀନ୍ଦ୍ର ମହାନ୍ତି, ଓଷ୍ଟା ଖଇରା ମଣ୍ଡଳ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ସମନ୍ୱୟ ସମିତି ଖଇରାର ଆବାହକ ତଥା ଓଷ୍ଟା ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର ଧାରଣା ଓ ପ୍ରତିବାଦ ସଭାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ହୋତା ମଞ୍ଚ ଆହ୍ୱାନ କରିଥିଲେ । ଉପ-ସଭାପତି ଭରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଖଇରା ଓଷ୍ଟାର ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ସମନ୍ୱୟ ସମିତି ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଭାରପ୍ରାପ୍ତ ଖଇରା ବିଇଓ ମାଣିକ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଓଷ୍ଟା ଉପ-ସଭାପତି ପାର୍ବତୀ ମହାନ୍ତି, ଯୁଗ୍ମ ସମ୍ପାଦିକା ସୁକାନ୍ତି ପଣ୍ଡା ଓ ସହ-ସମ୍ପାଦକ ଶୁକଦେବ ମହାଳିକ, ଭାଗିରଥି ଖଟୁଆ, ରାମ ଚନ୍ଦ୍ର ପତ୍ରୀ, ପ୍ରଦୀପ୍ତ ସନିବିଗ୍ରହ, ମହେନ୍ଦ୍ର ଜେନା ଓ ଗୀତାରାଣୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏଥିସହିତ ଜିଲ୍ଲା ଓ ସମଗ୍ର ରାଜ୍ୟରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆସନ୍ତା ୨ରୁ ୧୨ …

masiha

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି

masiha

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

Leave a Comment

error: Content is protected !!