ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧକ୍ଷ ନିଯୁକ୍ତି

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧକ୍ଷ ନିଯୁକ୍ତି

ଜୁନାଗଡ଼ ୩/୮ ( ମନୀ ସ ) ଜୁନାଗଡ଼ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧକ୍ଷ ଭାବେ ପ୍ରତାପ ବଲ୍ଲଭ ପାଣିଗ୍ରାହୀ ଯୋଗଦାନ କରିଛନ୍ତି ।ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିଯୁକ୍ତି ହୋଇ ପରବର୍ତ୍ତୀ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି ।ସେ ଭାରପ୍ରାପ୍ତ ଅଧକ୍ଷ। ଶ୍ରୀମତୀ ସାଗରିକ। ଦାସ ଙ୍କୁ ନିଜ ଯୋଗ ଦାନ ପତ୍ର ପ୍ରଦାନ କରିଥିଲେ ।ଏହି ସମୟରେ କଲେଜର ଅଧ୍ୟାପକ ଆଦିତ୍ୟ ଖମାରୀ , କୈଳାସ ଚନ୍ଦ୍ର ମେହେର ,ପ୍ରିୟବ୍ରତ ବ।ଣୁଆ ,ନେତ୍ରାନନ୍ଦ ପ୍ରଧାନ ,ବିଶ୍ୱ ରଞ୍ଜନ ବେହେରା ,ରାଜେଶ ପଟେଲ ,ପୂର୍ଣମ।ସି ମାଝି ,ଜ୍ୟୋତି ରଞ୍ଜନ ପାତ୍ର ,ବିକାଶ ବେହେରା ,ବିବେକ ମେହେର ,ଜିତେନ୍ଦ୍ର ନ।ଏକ ,ବାବୁଲି ଗୋପାଳ ,ତ୍ରିଭୁବନ ବେମାଲ ଓ ଅନିରୁଦ୍ଧ ପୁଝାରି ପ୍ରମୁଖ ଉପସ୍ଥିତ ଥିଲେ ।ନୂତନ ଅଧକ୍ଷ କଣ୍ଟାବାଞ୍ଜି ଧନ୍ଦା ମୂଳକ ସ୍ନାତକ କଲେଜରେ ରାଜନୀତି ବିଜ୍ଞାନର କାର୍ଯ୍ୟରତ ଥିଲେ ।ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିଯୁକ୍ତ କମନ କ୍ୟାଡର ପ୍ରାଧ୍ୟାପକ ଭାବେ ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟର ପ୍ରଥମ ଅଧକ୍ଷ ।ନୂତନ ଅଧକ୍ଷ ଙ୍କୁ ମହାବିଦ୍ୟାଳୟର ପ୍ରାଧ୍ୟାପକ ,ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରାକ୍ତନ ଅଧକ୍ଷ ବିଭୁତି ଭୂଷଣ ମେହେର ଉତ୍ତରିୟ ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ଭାରପ୍ରାପ୍ତ ଅଧକ୍ଷ। ପ୍ରାଧ୍ୟାପିକ ସାଗରିକ। ଦାସ ପୁଷ୍ପଗୁଚ୍ଛ ପ୍ରଦାନ କରି କଲେଜ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ଅଧକ୍ଷ ପ୍ରତାପ ବଲ୍ଲଭ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ସାମୁହିକ ସହଯୋଗରେ ଶୈକ୍ଷିକ ଓ ପ।ରିପାର୍ସିକ ବିକାଶ ହୋଇ ପାରିବ ବୋଲି ଆଶ୍ୱାସନା ଦେଇଥିଲେ ।କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।କର୍ମଚାରୀ ପରିଷଦର ସମ୍ପାଦକ ବିଶ୍ୱ ରଞ୍ଜନ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଥଇଥାନ ନକରି ବସ୍ତି ଉଚ୍ଛେଦ କଲେ ଆନ୍ଦୋଳନ ହେବ

masiha

ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!